ଦାୟାଦ
ଦାୟାଦ
ଉଷୁନା ହାଣ୍ଡିଟା ପରିମୁହଁ କରି
ବସିଛି ସେ
ଅଶ୍ରଦ୍ଧା,ଅନାଗ୍ରହ୍ୟକୁ
ହଜମ କରି ପାରୁନି
କାଇଁ କାହାର ତ ତତ୍ପରତା ନାହିଁ
ଗର୍ବ,ଗୌରବ
ପରିଚୟ ଦେଇଥିବା ଦିନଟି ପାଇଁ??
ଲାଜରେ ମୁହଁଟି ତ୍ରିରଙ୍ଗାର ରଙ୍ଗା
ସେ ନେଥେଇ ଫୁଲେଇ ପରି ଫରଫର ହେଉଛି
କେଉଁ ଅନୁଷ୍ଠାନରେ ତ
କେଉଁ ଗାଡି ଆଗେ
କିଏ ବୁଝିଛି ତାକୁ
ତା ତିନି ରଙ୍ଗକୁ
ମଝି ଅଶୋକ ଚକ୍ରର ବାର୍ତ୍ତାକୁ!!!
ମନରେ ନାହିଁ କି ମାଳାରେ ନାହିଁ
ତୁଛାଟାରେ ଦେଖାଣିଆ ଢଙ୍ଗ
ସକାଳୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଉଡିବ।।
ତାରିଖ ମାନେ ଭାରି ଇର୍ଷା କରୁଥିଲେ
ଅଗଷ୍ଟ ପନ୍ଦରକୁ
ତାକୁ ସମସ୍ତେ ଆଦର କରନ୍ତି ବୋଲି
ଏବେ ସେ ନେହୁରା ହେଉଛି
ମୋତେ ମନେ ପକାଅ
ମୁଁ ଯାଉଛି ବାତିନି ପଠାଉଛି
ଅଲିହା ଭାବେ କହୁଛି
ମଞ୍ଚ କର,ସଭା କର
ମୋତେ ପାଳନ କର
ମନେ ପକାଅ ମୁଁ ଅଗଷ୍ଟ ପନ୍ଦର
ଆହା ସ୍ୱାଧୀନତା ଦିବସ ବି ତାରିଖଟେ ହୋଇଗଲା !!!
ଆଉ ସେମାନେ...
ମହାପୁରୁଷ ଗଣ
କ୍ଷୋଭରେ କାନ୍ଦୁଛନ୍ତି ପରା!!
ଦୁଃଖରେ ମୂହ୍ୟମାନ ବାପୁ
ଖୋଜୁଛନ୍ତି ଶାନ୍ତି,ଅହିଂସା କୁ
ସହିଦ ଭଗତ ସିଂ...
ଏବେବି ବୁଲୁଛି ଜାନିୱାଲାନାବାଗ
ମାଟି ମଟାଳରେ
ନିନ୍ଦୁଛି କପାଳ
ସେମାନେ ଏବେ ସୀମିତ
କିଛିଟା ସ୍ଲୋଗାନ,ଜୟ ଧ୍ୱନି
ଲମ୍ବା ଚଉଡା ଭାଷଣ ବାଜିରେ।।
ସତରେ ତ!!ମନକୁ ଛୁଇଁଲା
ଯେଉଁ ମାନଙ୍କ ଜୀବନ ଦାନରେ
ଆମେ କହି ହେଉଛୁ ସ୍ୱାଧୀନ ଭାରତ ଦାୟାଦ
ଯିଏ ଓ ଯେଉଁ ଦିନ
ଆମକୁ ବିଶ୍ୱ ଦରବାରରେ
ସ୍ବାଧୀନତାର ମହାର୍ଘ୍ୟ ମହୁ ଚଖାଇଲେ
ମୁଣ୍ଡଟେକି ଚାଲିବାର ସୁଯୋଗ ଟିଏ ସୃଷ୍ଟି କଲେ
ମୁକ୍ତିର ଆନନ୍ଦରେ ଭିଜାଇଲେ
ତାଙ୍କ ପ୍ରତି ଆମର ଶ୍ରଦ୍ଧା, ସମ୍ମାନ
ଆତ୍ମୀୟତା, ଆଦର ସମ୍ମାନ କେତେ??
କେତେ ବୁଝିଛୁ ଏହାର ମାହାତ୍ମ୍ୟ!!
କେମିତି ପାଳୁଛୁ ଏଇ ଐତିହାସିକ ଦିନ!!
ସତେ କଣ ଆମେ ପ୍ରକୃତ ଦାୟାଦ
ଉତ୍ତରଶ୍ୱରୀ!!
କଣ ହେଇଛୁ ଆମେ?
କଣ କରୁଛୁ ଆମେ?
ଏ ଦିନଟି ଆସୁଛି ଆମପାଇଁ
କେବଳ ଭାଷଣ ବାଜିରେ
ମଞ୍ଚ ସଜ୍ଜାରେ
ସ୍ଲୋଗାନରେ
ପତାକା ଉଡାରେ
ମାର୍ଚ୍ଚ ଫାଷ୍ଟରେ
ବାଧ୍ୟ ବାଧକତାରେ
କାରଣ ଆମେ ପା ସ୍ୱାଧୀନ ଭାରତର
ଉତ୍ତର ଦାୟାଦ !
ହେଲେ କେତେ ଆମେ ସ୍ୱାଧୀନ !
ଏ ପ୍ରଶ୍ନ ଅୟୁତ ଦାୟାଦର।