STORYMIRROR

Kishore Nayak

Inspirational

4  

Kishore Nayak

Inspirational

ଆସରେ କୁନା ଆସରେ ମୁନା

ଆସରେ କୁନା ଆସରେ ମୁନା

1 min
160

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ଆସରେ କୁନା ଆସରେ ମୁନା 

     ହୋଇବା ଆମେ ମେଳ 

ହସି ହସିକା ନାଚି ନାଚିକା 

     ଖେଳିବା ଆମେ ଖେଳ ll


ବଣ ବୁଦାରୁ ବୁଲି ବୁଲିକା 

     ତୋଳିବା ଆମେ କୋଳି 

ଆମ ଗାଆଁର ବର ଓହଳେ 

     ଖେଳିବା ଯାଇ ଦୋଳି ll


ଛପି ଛପିକା ଧରିବା ଆମେ 

      ଟିକି ପରଜାପତି 

ଚୋର ପୁଲିସ୍ ଖେଳ ଖେଳିବା 

     ହୋଇଣ ଆମେ ସାଥୀ ll


ବେଳ ବୁଡ଼ିଲେ ଖେଳ ସାରିଣ 

      ଘରକୁ ଯିବା ଧାଇଁ 

ସନ୍ଧ୍ୟା ପ୍ରାର୍ଥନା କରିବା ବସି 

     ସଞ୍ଜ ଆସିଲେ ନଇଁ ll


ସଞ୍ଜ ସକାଳେ ପିତା-ମାତାଙ୍କୁ 

     ପ୍ରଣାମ କଲେ ନିତି 

ସଂସାରେ ହେବା ଜଗତ ଜିତା 

     ସବୁକୁ ଯିବା ଜିତି ll


ପ୍ରାର୍ଥନା ସାରି ଏକ ମନରେ 

     ପାଠ ପଢିବା ବସି 

ଗୁରୁଜନଙ୍କ କଥା ମାନିବା 

     ଯିବାନି କେବେ ରୁଷି ll


ପାଠ ପଢ଼ିଣ ବଡ଼ ମଣିଷ 

    ଆମେରେ ସବୁ ହେବା 

ଗାଆଁ ମାଟିର ଦେଶ ଜାତିର 

     ଟେକ ରଖିଣ ଯିବା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational