STORYMIRROR

jagamohan pradhan

Inspirational Others

4  

jagamohan pradhan

Inspirational Others

ସ୍ବାଧୀନତା ଦିବସ ଆସିଛି

ସ୍ବାଧୀନତା ଦିବସ ଆସିଛି

1 min
301

ସ୍ବାଧିନତା ଦିବସ ଆସିଛି   

      ମୋ ଦେଶ ତ୍ରିରଙ୍ଗା ହସୁଛି

        ଆକାଶେ ଆଜି ଫରଫର ହୋଇ ଉଡୁଛି।

         

ଜାତି ଧର୍ମ ସବୁ ଏକ ହୋଇଛି   

     ମୋ ଜାତୀୟ ସଙ୍ଗୀତ ଗାଉଛି

        ମୋ ଦେଶ ଆଜି ସ୍ବାଧିନତାର ହସ ହସୁଛି।

        

କେତେ ଯେ ଜୀବନ ଯାଇଛି 

     କେତେ ରକ୍ତ ଏହି ମାଟିରେ ଝରିଛି

       ସ୍ବାଧିନତା ପାଇଁ କେତେ ସଂଗ୍ରାମ ହୋଇଛି।

        

ବୀର ପୁତ୍ର ଫାଶୀ ଖୁଣ୍ଟରେ ଝୁଲିଛି

    ଧରିତ୍ରୀ ମୋର ଲହୁ ଲୁହାଣ ହେଇଛି

      ଭାରତ ମାତା ଆଜି ସେ ବୀର ପୁତ୍ରକୁ ଝୁରୁଛି।

       

ଆଜି ବି ନେତାଜୀ ଅମର ରହିଛି

    ଦେଶ ଭଗତ ସିଂହଙ୍କ ଗୁଣ ଗାଉଛି

      ଗାନ୍ଧୀଙ୍କ ଅହିଂସା ମୋ ଦେଶ ମନେ ରଖିଛି।

  

ବୀର ସନ୍ତାନ ଏଠି ଜନ୍ମ ନେଇଛି

   ମୋ ଦେଶ ତାଙ୍କ ପାଇଁ ଗର୍ବ କରୁଛି

      ମାଟି ମା ପାଇଁ ହସି ହସି ସେ ପ୍ରାଣ ଦେଇଛି।

       

ସେମାନଙ୍କୁ ଦେଶ ମନେ ପକାଉଛି

   ତାଙ୍କ ପାଇଁ ତ୍ରିରଙ୍ଗା ସ୍ଵାଭିମାନେ ଉଡୁଛି

       ତ୍ରିରଙ୍ଗେ ତ୍ରିରଙ୍ଗା ଆହା କି ସୁନ୍ଦର ଲାଗୁଛି।


ଆଜି ମୋ ତ୍ରିରଙ୍ଗା ହସୁଛି 

     ମୋ ଦେଶ ଜନତା ହସୁଛି 

           ଆହା କି ସୁନ୍ଦର ଲାଗୁଛି।।

           

# ଫ୍ରି ଇଣ୍ଡିଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational