Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Inspirational

4  

Kishore Nayak

Inspirational

ମୋ ଦେଶ-ମୋ ଜନମ ମାଟି

ମୋ ଦେଶ-ମୋ ଜନମ ମାଟି

1 min
296


ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ଏଇ ମାଆ ମାଟି 

ମୋ ଦେଶ ମୋ ଜନମ ମାଟି 

ଫୁଟାଇଛି ମୋର ଜୀବନ ଆଲୋକ 

ସକଳ ବନ୍ଧନ କାଟି 

ଏଇ ମାଆ ମାଟି 

ମୋ ଦେଶ-ମୋ ଜନମ ମାଟି ll


ତା' ଶାକ ତଣ୍ଡୁଳ ପାଣି ପବନ 

ସଞ୍ଚାର କରିଛି ମୋର ଜୀବନ 

ମୋ ତନୁରେ ବହେ ତା' ରକ୍ତ ବିନ୍ଦୁ 

ବପୁ ମୋ ଉଠିଛି ଫୁଟି 

ଏଇ ମାଆ ମାଟି 

ମୋ ଦେଶ-ମୋ ଜନମ ମାଟି ll


ତରୁ ଲତା ଘେରା ପାହାଡ଼ ବନାନୀ 

କେତେ ନଦ ନଦୀ ସାଗର ତଟିନୀ 

ଧୋଉଛନ୍ତି ନିତ୍ୟ ତା' ପାଦ ଯୁଗଳ 

ଚରଣେ ଯାଆନ୍ତି ଲୋଟି 

ଏଇ ମାଆ ମାଟି 

ମୋ ଦେଶ-ମୋ ଜନମ ମାଟି ll


ମୁକ୍ତିର ମାଟି ଏ ଅମୃତ ନାମ 

ବିଭୁ ପ୍ରେମ ଭରା ବୈକୁଣ୍ଠ ଧାମ 

ପୂତ ପ୍ରେମର ବୁକୁ ଚିରି ଏଠି 

ପାରିଜାତ ଉଠେ ଫୁଟି 

ଏଇ ମାଆ ମାଟି 

ମୋ ଦେଶ-ମୋ ଜନମ ମାଟି ll


ଯା' ବକ୍ଷରେ ବହୁଛି ପୁଣ୍ୟର ଗଙ୍ଗା 

ତ୍ରିବେଣୀର ଧାର ପୁଣ୍ୟ ଚନ୍ଦ୍ରଭାଗା 

ବିଶ୍ୱେ ନୀଳାଚଳ, କାଶୀ, ବାରଣାସୀ 

ପ୍ରଭୁ କୃପା ଦିଏ ବାଣ୍ଟି 

ଏଇ ମାଆ ମାଟି 

ମୋ ଦେଶ-ମୋ ଜନମ ମାଟି ll


ଏଇ ମାଆ ମାଟିର ବୀର ସନ୍ତାନ 

ହୋଇଛନ୍ତି କେତେ ବିଶ୍ୱେ ମହାନ 

ଯା'ଙ୍କ ପୂଣ୍ୟ କର୍ମ ମହାକାଳ ଭେଦି 

ନିରନ୍ତର ଚାଲେ ଛୁଟି 

ଏଇ ମାଆ ମାଟି 

ମୋ ଦେଶ-ମୋ ଜନମ ମାଟି ll


ଜ୍ଞାନ, ବିଜ୍ଞାନର ଚରମ ଛୁଇଁ 

ବେଦ, ବେଦାନ୍ତର ଜନ୍ମ ଏ ଭୂଇଁ 

ଏ ବିଶ୍ୱେ ଦେଇଛି ଅମୃତ ନିଦାନ 

ସକଳ କାଳିମା କାଟି 

ଏଇ ମାଆ ମାଟି 

ମୋ ଦେଶ-ମୋ ଜନମ ମାଟି ll


ଧନ୍ୟ ମୁଁ ହୋଇଛି ଜନମି ତା' କୋଳେ 

ସ୍ୱାଧୀନଚେତା ମୁଁ ଏ ବିଶ୍ୱ ଶୟଳେ 

ତା' ପତାକା ତଳେ ଗାଇବି ତା' ଗାଥା 

ଶୁଖି ଯାଉ ପଛେ ତଣ୍ଟି 

ଏଇ ମାଆ ମାଟି 

ମୋ ଦେଶ-ମୋ ଜନମ ମାଟି ll


ଧର୍ମର ଭୂମି ଏତ କର୍ମର ଭୂମି 

ଅହିଂସା ବାର୍ତ୍ତାର ଅଟେ ଅନୁଗାମୀ 

ଶାନ୍ତି ଓ ମୈତ୍ରୀର ଅନନ୍ୟ ଏ ଦେଶ 

ସଦ୍ ଭାବ ଦିଏ ବାଣ୍ଟି 

ଏଇ ମାଆ ମାଟି 

ମୋ ଦେଶ-ମୋ ଜନମ ମାଟି ll


ଗଣତନ୍ତ୍ର ଯା'ର ଅଟଇ ମହାନ 

ଜାତି-ବର୍ଣ୍ଣ-ଧର୍ମେ ବିଶ୍ୱେ ଗରୀୟାନ 

ଅନେକରେ ଏକ ଭିନ୍ନରେ ଅଭିନ୍ନ 

ଐକ୍ୟତାରେ ଅଟେ ଖାଣ୍ଟି 

ଏଇ ମାଆ ମାଟି 

ମୋ ଦେଶ-ମୋ ଜନମ ମାଟି ll


ଏଇ ମାଟି ଲାଗି ଦେବି ବଳିଦାନ 

ଯା' ଉର୍ଜାରେ ଗଢ଼ା ମୋର ଏ ଜୀବନ 

ତା' ତ୍ରିରଙ୍ଗା ତଳେ ଚରଣ କମଳେ 

ପ୍ରଣାମ ମୋ କୋଟି କୋଟି 

ଏଇ ମାଆ ମାଟି 

ମୋ ଦେଶ-ମୋ ଜନମ ମାଟି ll



Rate this content
Log in

Similar oriya poem from Inspirational