STORYMIRROR

Satyabati Swain

Children

4  

Satyabati Swain

Children

ନିଆରା ମଣିଷ

ନିଆରା ମଣିଷ

1 min
307

ଜଗତ ଆମର

ଜୀବନ ଓ ସମ୍ପର୍କ ବି

ମୁହଁ ଚିହ୍ନା କିଛି ଅଚିହ୍ନା

ହୃଦ ଜଣା ପୁଣି ଅଜଣା

ପାର୍ଥିବ ସତ,ସତ୍ତା, ତମ, ରଜ,ଅହଂ ଗୁଣ

ସବୁ ମଣିଷର ଜନ୍ମଗତ

ଏସବୁ ଭିତରେ

କିଛି ଅଛନ୍ତି କିନ୍ତୁ

ଯେଉଁମାନେ ସମ୍ପୂର୍ଣ୍ଣ ନିଆରା

ବାରି ହୋଇ ପଡନ୍ତି

ଭିଡ଼ ଭିତରେ ଥିଲେ ବି।

ଅପା....

ମିଠା ସ୍ନେହ ମମତାରେ

ନିତି ଓଦା କରୁଥିବା

ମିଠା ସମ୍ପର୍କର ସମ୍ବୋଧନଟିଏ;

ମୁଠେ ଖୁସିର ଅନୁଭବ

ମେଞ୍ଚେ ସମ୍ମୋହନ

କିଛି ଦାୟବଦ୍ଧତା

କର୍ତ୍ତବ୍ୟର ମିଠା ଖିଅଟିଏ

ଅଧିକାରର ଉଦ୍ଘୋଷଣାଟିଏ।

ସେମିତି ହୃଦୟର ମଣିଷ ପରି 

ମଣିଷଟିଏ ମୋ ଅପା

ସ୍ନେହର ଗଙ୍ଗା

ବାଟ ଦେଖାଉଥିବା

ଜଣେ ଅମାୟିକ ବ୍ୟକ୍ତିତ୍ୱ

ନାମ ହେଉ କି କାମ

ରୂପ ଅବା ଅନ୍ତର୍ନିହିତ ଗୁଣ

ସବୁଥିରେ ପରିପୂର୍ଣ୍ଣା

ସ୍ନେହ ମମତାରେ

ଗାଧୋଇ ଦିଅନ୍ତି

ନିଜର ପଣରେ

ଘୋଡାଇ ଦିଅନ୍ତି ଅନ୍ତରଙ୍ଗତାର ଚୁନି।

ଅପା ମୋ ପ୍ରେରଣାର ଉତ୍ସ

ପ୍ରୋତ୍ସାହନର ଗଦା

ଏ ଅପା ମୋର ସବୁଠୁ ଭିନ୍ନ

ଅଦ୍ଵିତୀୟ ମଣିଷ

ସୁସ୍ଥ, ଶାନ୍ତି ଓ ସର୍ଜନା ମଗ୍ନ

ହୋଇ ଚାଲନ୍ତୁ 

ଅନନ୍ୟ ଦୃଷ୍ଟାନ୍ତ ହୋଇ।

ଆକାଶେ ପ୍ରେମ ସହ ସମୁଦ୍ରେ ସୁକାମନା

ତୁମ ପାଇଁ ଅପା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children