STORYMIRROR

Gobinda Chandra Sethi

Inspirational

4  

Gobinda Chandra Sethi

Inspirational

ରାଖୀ

ରାଖୀ

1 min
12

 

ଭାଇ ଭଉଣୀର ଅତୁଟ ବନ୍ଧନ 

        ବିପଦେ ଆପଦେ ଗୋଟିଏ ମନ ।

ଭାଇ ଓ ଭଉଣୀ ପ୍ରେମ ସମ୍ପର୍କ 

           ରହିଛି ମଧ୍ୟରେ ତର୍କ ବିତର୍କ ।

ସେ ଦୁହେଁ ଦୁହିଁଙ୍କ କେତେ ସାହାରା 

         ପ୍ରେମ ଦୁହିଁଙ୍କର ଭାରି ନିଆରା ।

ଭାଇ ଭଉଣୀର ରେଶମ ଡୋରି 

         ସମ୍ପର୍କରେ ଦୁହେଁ ଟମ୍ ଜେରୀ ।

ନ ଦେଖିଲେ ଦୁହେଁ ଭାରି ଅଧୀର 

           ଘରକୁ କରନ୍ତି ଭାରି ସୁନ୍ଦର ।

କେତେବେଳେ ଦୁହେଁ ରାଜି ଅରାଜି 

         ଅସଲ ଯୁଦ୍ଧରେ ଢାଲକୁ ସାଜି ।

ନଥାଏ ତାଙ୍କର କାହା ପ୍ରତୀକ୍ଷା 

         କରିଥାନ୍ତି ଦୁହେଁ ଦୁହିଁଙ୍କୁ ରକ୍ଷା ।

ରାକ୍ଷୀ ପ୍ରେମର ଅଭେଦ୍ୟ ପାଚେରୀ 

        ଆଣଇ ସଦା ସେ ସୁରକ୍ଷା ଧରି ।

ଭାଇ ଭଉଣୀର ଅତୁଟ ବନ୍ଧନ

          ଦୂର କରିଥାଏ ବାଧା ବନ୍ଧନ ।

ଭାଇ ଭଉଣୀ କୁହେ କାହାଣୀ 

      ଦୁହେଁ ଦୁହିଁଙ୍କ ପ୍ରେମରେ ଋଣୀ ।


Rate this content
Log in

Similar oriya poem from Inspirational