ସେବା କାର୍ପଣ୍ୟ ଧର୍ମ ବଳେ
ସେବା କାର୍ପଣ୍ୟ ଧର୍ମ ବଳେ
ମଣିଷ ଜନମ ହୁଅଇ ସାର୍ଥକ
ଯେବେ ସେବା କାର୍ଯ୍ୟ କରେ
ସେବା କଲେ ମିଳେ ଅପାର ଆନନ୍ଦ
ଧର୍ମ ରେ ଭଣ୍ଡାର ପୁରେ
ସେବା ହିଁ ମହତ କାମ
ଦୁଃଖୀ ଜନ ସେବା କରିଥାଏ ଯିଏ
ହୋଇଥାଏ ତାର ଧର୍ମ।
ନିଜ ହିତ ପାଇଁ ନର ଜନ୍ମ ନୁହେଁ
ଯେ କରେ ପର ର ହିତ
ବଢେ ଧନ ଜନ ଐଶୁର୍ଯ୍ୟ ସମ୍ମାନ
ତା ଯଶ ଘୋଷେ ଜଗତ
ସେବା ଓଲଟିଲେ ବାସେ
ସେବାର ମହତ ଜାଣେ ସେବାକାରୀ
ଚନ୍ଦନ ସୁବାସ ବାସେ।
ପିତା ମାତା ସେବା ଅବା ଗୁରୁ ସେବା
ହେଉ ଦୁଃଖୀ ଜନ ସେବା
ନିର୍ମଳ ଅନ୍ତ ରେ କରିଥିଲେ ସେବା
ବ୍ୟର୍ଥ ନ ହୋଇବ କଦା
ସେବା କଲେ ମିଳେ ଧର୍ମ
ମହୀ ରେ ଅସାଧ୍ୟ ନ ରହଇ କିଛି
ସେବା କଲେ ମିଳେ ପୁଣ୍ୟ।