Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Inspirational

3  

Padmini Parida

Inspirational

ଦୀପାବଳୀ

ଦୀପାବଳୀ

1 min
133



   ମହା କାର୍ତ୍ତିକର ଅଗମନେ 


ଆତ୍ମୀୟ ସ୍ବଜନ ସାଥେ


    ଧର୍ମ ଦୀପାଳି ଜାଳି ସଭିଙ୍କୁ ମୋର ଶୁଭ ଦୀପାବଳୀ ।


    ଜ୍ଞାନର ଦୀପ ଜଳାଇଲେ ଦୀପାବଳୀ ସବୁ ଦିନ।


    ପବିତ୍ର ପଣରେ ଦୀପଟେ ଜାଣିଲେ ମାନବ ପ୍ରେମର ଝରଣା ଉନ୍ମୁଳେ ।


ଅମାବାସ୍ୟା ଦିନ ଶ୍ରୀରାମ ସ୍ବାଗତେ ମାଟି ଦୀପ ଆମେ ଜାଳୁ ।


   ମା କାଳୀଙ୍କ ଆରାଧନା ହୁଏ କାର୍ତ୍ତିକ ଅମାବାସ୍ୟାରେ।


  ଦେବତୀ ଦେବାଂଶୀ ଶ୍ୟାମାଙ୍କ ପାର୍ବଣ ଆଗମ ମନ୍ତ୍ର ତନ୍ତ୍ରର ଆହ୍ବାନ।


   ରୁଧୁର ପିୟାସୀ ଭୈରବୀ ଚାମଣ୍ଡା ଦାନବ ଦଳିନୀ  ତ୍ରିପୁର ବ୍ୟାପିନୀ ।


  ଦାନବ ସଂହାରି ମାତା ମହାଶକ୍ତି ରକ୍ତଭୋଜି କରିଥିଲେ।


   ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ  ସଦାବେଳେ ।


   ପୁଣ୍ୟ ଦୀପାବଳୀ ପ୍ରୀତିର ଦୀପାଳି ମନେ ସୁଖ, ଶାନ୍ତି,ମୈତ୍ରୀ ଆଣୁ ।


   ପ୍ରଭୁ ରାମଚନ୍ଦ୍ର ବନରୁ ଅଯୋଧ୍ୟା ଫେରି ପ୍ରତିଦ୍ରାରେ ଘୃତ ଦୀପ ପ୍ରଜ୍ବଳନ।


  ସତ୍ୟ ଯୁଗେ ପ୍ରଭୁ ନରସିଂହ ରୂପେ ସ୍ତମ୍ବରୁ ହୋଇ ପ୍ରକଟ


  ଏହି ଦିନେ ପ୍ରଭୁ କରିଥିଲେ ହିରଣ୍ୟ କଶିପୁ ହତ ।


  ଶ୍ରୀ ରୂପା କୁରୁପା କାଳିକା କଲ୍ୟାଣୀ ଦୁଆର ମାର୍ଗରେ ଉଜ୍ଜଳ ଦୀପାଳୀ ।


  ଚଉରା ମୂଳରେ ବର୍ଣ୍ଣିଳ ରଙ୍ଗୋଲି ଜ୍ଞାନର ପ୍ରଦୀପ ଅଜ୍ଞାନ ଅନ୍ଧାର।


    କାଉଁରିଆ କାଠ ଜାଳି ଫୁଲ, ଦୀପ, ଧୂପ  ବଡବଡିଆଙ୍କୁ ଡାକନ୍ତି ଭକ୍ତିରେ।


    ପିଠା, ପଣା, ଭୋଗ ଦେଇ ବାକିଥିବା ଦେୟ କରନ୍ତି ଆଦାୟ ସମସ୍ତ ଦୋକାନୀ ଭାଈ ।


   ରାସାୟନିକ ବାଣ ଫୁଟା ଅଟଇ ସଂସାର ପାଇଁ ବିଷ ।


   ଧନ ଜୀବନକୁ ନଷ୍ଟ କରିଦିଏ ବାଣ ବିସ୍ଫୋରଣ ଜାଣ।


ଆଲୋକର ପର୍ବ ଅଟେ ଦୀପାବଳୀ ଆନନ୍ଦେ କର ପାଳନ ।


  ଦୀପଠାରୁ ଶିଖ ଆଲୋକ ପ୍ରଦାନ ଅନ୍ୟର ମଙ୍ଗଳ କରି


   ଏହି ଦୀପାବଳୀ କେହି ଦୁଃଖୀ ରଙ୍କି ଦୀପ, ବାଣ ଅବା    

ଖାଦ୍ୟର ଅଭାବେ ନିରାଶ ନ ରୁହନ୍ତୁ।


Rate this content
Log in

Similar oriya poem from Inspirational