Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Inspirational

3  

Padmini Parida

Inspirational

ଦୁର୍ଗା ମାଁ

ଦୁର୍ଗା ମାଁ

1 min
175


 ଆଶ୍ୱିନମାସ ଶୁକ୍ଳପକ୍ଷ ଶରତର ଆବହନେ

ଷୋଡଶ ଉପଚାରରେ ପୂଜା ପାଏ ମାଁ ପ୍ରତି ମଣ୍ଡପରେ।


ହେ ମାଁ ସିଂହବାହିନୀ ବ୍ରହ୍ମଚାରିଣି ଦେବୀ

 ଶୈଳପୁତ୍ରୀ ଦେବୀ ପାର୍ବଣର ରାଣୀ।

ପୁରୁଷ ଶକ୍ତି ଯେବେ ହୁଏ ବ୍ୟର୍ଥ କି ପରାସ୍ତ

ଆଦିଶକ୍ତି ଯୋଗମାୟା ହୁଅନ୍ତି ଆବ୍ରିଭୂତ୍।

ବ୍ରହ୍ମା ବଳିଦାନେ ବଳୀୟାନ ମହିଷାସୁର

ହେ ମାଁ କାଳରାତ୍ରି ଶମ୍ଭୁ ନିଶମ୍ଭୁକୁ ନାଶ କଲୁ।

ଚଣ୍ଡ ମୁଣ୍ଡ ବିନାଶନି ସମସ୍ତ ପାପ ନାଶ କାରିଣୀ

ମାଁ ଭବାନୀ ମହିଷାସୁର ମର୍ଦ୍ଧିନୀ ।

ଅନାଳରୁ ରୁ ଜାତ ଦଶଭୁଜା ମାଁ ବୈଷ୍ଣଭି 

ଅସୀମ ତେଜସ୍କ୍ରିୟ ସମ୍ଭୁତା ମାତା।

ହେ ମାଁ ମତଙ୍ଗୀ ନବକୋଟି ଦୁର୍ଗା

ଧର୍ମ ପଥ ରେ ସଦା ସହାୟକ।

ହେ ମାଁ ସିଦ୍ଧିଧାତ୍ରୀ ମନେ ବିଶ୍ୱାସର ବୀଜବୁଣି

ଆରୟା,ୟତି, ଅର୍ପନା, ଚେତନା ନାମେ ପୂଜା ପାଉ।

ନାରୀ ହୃଦୟର ଅନ୍ତନିହିତ ଶକ୍ତି ଜ୍ୟୋତି

ଯୁଗେ ଯୁଗେ ବିଶ୍ଵବ୍ରହ୍ମାଣ୍ଡର କଲ୍ୟାଣକାରିଣୀ।

ହେ ମାଁ ବ୍ରହ୍ମବାଦିନୀ, ମହା ଗୌରୀ, ଚାମୁଣ୍ଡା

ଦିବ୍ୟ ରୂପ ଧରି ହୋଇଥାନ୍ତି ଅଷ୍ଟଭୂଜା।

ହେ ମାଁ ସର୍ବମନ୍ତ୍ରମୟୀ, ସଦାଗୀ, ଚିତରୁପା

ଅଧର୍ମୀ,ପାପୀ ରାକ୍ଷାସମାନଙ୍କୁ ସ୍ଵୟଂସଂହାରୁ।

ହେ ମାଁ ବାରାହୀ, ମାଁ ସ୍କନ୍ଧ୍ ମାତା 

ଜଗତର କଲ୍ୟାଣ ନିମନ୍ତେ ତୁହି ସାହା।

ହେ ମାଁ ଭଦ୍ରକାଳୀ , ଦକ୍ଷିଣ କାଳୀ 

ଆଜି ଉତ୍ସବରେ ପୁରୋ ପଲ୍ଲି ବଜାର ଘାଟ।

ପୁଷ୍ପ ମାଳା,ଶଙ୍ଖା ସିନ୍ଦୂର,ଅଳଙ୍କାର 

ସାଢୀ ପିନ୍ଧି ଅପୂର୍ବ ଲାବଣ୍ୟ ମାଁ ଦିଶଇ।

ଦଶହରାରେ ମାଁ ତୁ ନେଉମେଲାଣି

ଭକ୍ତି ରସରେ ବୁଡି ଭକ୍ତ ଦିଏ ବିଦାୟୀ।



Rate this content
Log in

Similar oriya poem from Inspirational