Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଦୀପାବଳି

ଦୀପାବଳି

1 min
13.5K


ଉତ୍ତରରେ ଲକ୍ଷ୍ମୀ ପୂଜା କାର୍ତ୍ତିକ କୃଷ୍ଣରେ

ମଉଳା ଶ୍ରାଦ୍ଧ ପାଳନ ହୁଏ ଓଡିଶାରେ ।

ସହଜେ ଧରମ ମାସ ସବୁଠୂ ପବିତ୍ର

ସ୍ନାନ ପୁଣ୍ୟ ଦାନ ଧ୍ୟାନ ପାଳୁ ଯତ୍ରତତ୍ର ।

ରାବଣ ବଦ୍ଧ କରି ଶ୍ରୀରାମ ବିଜୟା ଦଶମୀ

ଭ୍ରାତା ପତ୍ନୀ ଧରି ହେଲେ ଅଯୋଧ୍ୟାନୁଗାମୀ ।

ସଂବାଦ ପାଇ ଭରତ ପ୍ରଜା ସହିତରେ

ପାଛୋଟିବା ପାଇଁ ଅଗ୍ରସର ହରଷରେ ।

ଦୀପ ପ୍ରଜ୍ବଳନ କରି ଗ୍ରାମେ ଗ୍ରାମେ ପଥେ

ସ୍ୱାଗତ କଲେ ରାମଙ୍କୁ ଆସୁଥିଲେ ରଥେ ।

ମହିଷାମର୍ଦ୍ଦିନୀଙ୍କର ଉଗ୍ର କାଳୀ ରୂପ

ଶିବ ହିଁ ଶାନ୍ତ କରିବେ କାଳୀପୂଜା ଜପ ।

ପତଙ୍ଗ ପ୍ରବଳ ହୋଇବାରୁ ବାଣ ଜାଳି

ଘରେଘରେ ଜାଳନ୍ତି ଅଗଣିତ ଦୀପାବଳି ।

ବ୍ୟବସାୟ ବୁଦ୍ଧି ଯୋଗୁଁ ହେଲା ସର୍ବନାଶ

ବିଷାକ୍ତ ବାଣ ରୋଷଣୀ ପ୍ରଦୁଷଣ ଦୋଷ ।

ଉଚ୍ଚତମ ନ୍ୟାୟାଳୟ କଲେ ସୁବିଚାର

ବୃଦ୍ଧ ରୋଗୀ ଶିଶୁ ହେବେ ନାହିଁ ହରବର ।

ପାର୍ବଣ ଋତୁ ବଢାଉ ସଦ୍ଭାବ ସଂପ୍ରୀତି

ମାନବୀୟ ସଂବେଦନା ହେଉ ମୂଳ ନୀତି ।

ଅନ୍ଧାରରୁ ଆଲୋକକୁ ପରା ଆମ ଗତି

ଦୀପ ଜାଳି ଆମେ କରୁ ସେକଥାର ପୁ୍ର୍ତ୍ତି ।

ମୃତ୍ୟୁରୁ ଅମୃତ ଗତି ତେବେ ହିଁ ସମ୍ଭବ

ଆପଣା ସଂସ୍କୃତି ଆପେ କରିବାକି ଛେଦ !!

ବଡବଡୁଆଙ୍କୁ ଡାକୁ ଅନ୍ଧାରରେ ଆସ

ଆଲୁଅରେ ଯାଇ ମୋରେ ସମଦୃଷ୍ଟି ବର୍ଷ ।


-ବିଶ୍ଵେଶ୍ୱର ମାଝୀ-


Rate this content
Log in

Similar oriya poem from Inspirational