STORYMIRROR

Sasmita Mahapatra None

Inspirational

4  

Sasmita Mahapatra None

Inspirational

ନିଶବ୍ଦ ଇଶ୍ଵର

ନିଶବ୍ଦ ଇଶ୍ଵର

1 min
26.7K


ବାପା,

ସମସ୍ତେ କୁହନ୍ତି

ମୁଁ ଅବିକଳ ତୁମ ପରି

ତୁମ ପ୍ରତିରୂପ

ଏବେ ତ ତୁମେ

ମୋ ଭିତରେ ଫୁଟି ଉଠୁଛ

ମୋ ଭିତରେ ବାପା

ତୁମେ ତୁମେ ହିଁ ଦିଶୁଛ.…।


ଏମିତି କିଛି ନିୟମ ଅଛି କି

ବାପାମାନେ ସବୁବେଳେ

ଅବିଚଳ ଗମ୍ଭୀର

ଧୈର୍ଯ୍ୟର ଅସିମିତ ପାରାବାର

ମୋ ପାଖରେ ପହଞ୍ଚି

ପାରି ନଥିବା

ତୁମେ ଅବ୍ୟକ୍ତ ଶବ୍ଦ

ଅଥଚ ମତେ ଛୁଇଁ ଛୁଇଁ ଯାଏ

ତୁମ ବିଶ୍ଵାସର ମହାର୍ଦ୍ଦ..

କେମିତି ବୁଝିପାର ମତେ

ମୋଠୁ ଅଧିକ....।


ଜୀବନର ଚଲା ପଥେ

ଏକା ଏକା ହାତ ଧରି

ବାଟ କଢେଇ ନେବାର

ତୁମ ନିରବ ପ୍ରତିଶ୍ରୁତି

ଅଡୁଆ ସୂତା ପରି

ମତେ ମୁକୁଳାଇ ଦିଏ

ତୁମେ ପାଲଟି ଯାଅ

ମୋ ପାଇଁ ଆକାଶ ଓ ମାଟିକୁ

ଏକାଠି ମୁଠେଇ ଧରିଥିବା

ବିଶାଳ ବୋଧି ଦୃମଟିଏ...।


ତୁମ ରାଗ ବି ଦେଖିଚି

ଅନୁଶାସନ ବି ଦେଖିଚି

ତମ ଆଖିରେ ମୋ ପାଇଁ

ସ୍ଵପ୍ନ ବୁଣୁଥିବା ରାତି ବି ଦେଖିଚି

ବୋଧହୁଏ ଏହାହିଁ ଜୀବନ...।


ଏବେ ତ ବାପା,

ଜୀବନର ଅଲଗା ଅଲଗା

ପରିଧିରେ ଆମେ ଦୁହେଁ ବନ୍ଧା

ତମେ ମୋ ପାଇଁ

ଜୀବନର ସବୁଠୁ

ସୁନ୍ଦର ଅଭିବ୍ୟକ୍ତ

ତୁମେ ବ୍ୟାପ୍ତି ଓ ଗଭୀରତାର

ଶାନ୍ତ ସରଳ

ଓଁକାର ବେଦଧ୍ଵନୀ

ଆକାଶଠୁ ବିସ୍ତୀର୍ଣ୍ଣ

ପୃଥିବୀଠୁ ଉଦାର

ତୁମ ସ୍ନେହର ପାରାବାର

ଆଜି ଖାଲି ଏତିକି

କହିବି ବାପା

ତମେ ମୋ ପାଇଁ ନିଶବ୍ଦ ଇଶ୍ଵର.।


ସସ୍ମିତା ମହାପାତ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational