STORYMIRROR

Sasmita Mahapatra None

Inspirational

3  

Sasmita Mahapatra None

Inspirational

ଖୋଲି ଦେ କବରୀ ତୋର

ଖୋଲି ଦେ କବରୀ ତୋର

1 min
13.7K


ଏଇନେ ତ ସିନ୍ଦୂରା ଫିଟୁଛି

ଦୂର ଦିଗବଳୟ ତଳୁ

ରକ୍ତିମ ଆଭାରେ....

ଉଡିବାକୁ ଚାହୁଁଛୁ ତ

ଉଡିଯା

ଗୋଟେ ବାସ୍ନାର ମୋହରେ

ମାପିଦେ

ଆକାଶର ଛାତି

ଯାର ଲକ୍ଷ ବୋଲି କିଛି ନାହିଁ

ଶେଷ ବୋଲି କିଛି ନାହିଁ..।

ଟିକ୍ ଟିକ୍ କରି ଡେଣା ତୋର

କାଟି ଦେବା ଆଗରୁ

ଉଡିଯା

ଦିନେ ପବନ ତ

ଦିନେ ଆକାଶ ହେଇ

ରକ୍ତାକ୍ତ ପାଦରେ

ସାଉଁଟି ନେ

ସାରା ଆକାଶ

ରାସ୍ତା ସବୁ ସରିବା ଆଗରୁ....।

ଏବେ ତ ତୋର

ସ୍ଵପ୍ନ ଦେଖିବାର ବେଳ

କିଛି ସୁଖ କିଛି ଦୁଃଖ

ଆଉ କିଛି ଅବଶୋଷକୁ ନେଇ..

ତତେ ହିଁ ବୁଝିବାକୁ ହେବ

ସ୍ଵପ୍ନ ସବୁ କାଚଘର

ଟୁକୁରା ଟୁକୁରା ବି

ହେଇପାରେ

କାହାରି ଅତୃପ୍ତ ନଜରରେ

କିଛି ସ୍ଵପ୍ନ ଖିନ୍ ଭିନ୍

ହେଲା ଆଗରୁ

ଫିଂଗି ଦେ

ତୋ ବିଶ୍ଵାସର ଡେଣାକାଟି

ବୟସର ନିଃଶ୍ଵାସରୁ

ନିଜ ଆତ୍ମାର ପୁଲକରେ..

ଖେଳିଯାଉ ତୋ ପ୍ରାର୍ଥନା

ପ୍ରତିଧ୍ଵନୀ ହେଇ

ମାଟିରୁ ଆକାଶ ଯାଏଁ....।

ଏବେ କିନ୍ତୁ ତତେ

ଖୋଜିବାକୁ ହେବ

ସୁରକ୍ଷାର ବଳୟଟେ

ନିଜ ପାଇଁ

ଘରେ କି ବାହାରେ…।

ତୁ କଣ ଜାଣିନୁ

ତୋ ଭିତରେ

ଆଜିବି ଜଳୁଛି

ଦିକ୍ ଦିକ୍ ହେଇ

ପ୍ରତିବାଦର

ନିଆଁ ଝୁଲଟିଏ...

ତୁ ଯୋଗଜନ୍ମା

ତୁ ଅଗ୍ନି ସମ୍ଭୁତା

ଏବେତ ସମୟ ଆସିଲାଣି

ସବୁ କିଛି ସରିବା ଆଗରୁ

ଖୋଲିଦେ କବରୀ ତୋର

ସାମ୍ନା କର ଦୁନିଆକୁ

ଇଏ ତ ସମୟ ନୁହେଁ

ଝୁଣ୍ଟିପଡି ବାରବାର

କ୍ଷତାକ୍ତ ହେବାର…।

#ସସ୍ମିତା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational