STORYMIRROR

Sasmita Mahapatra None

Others

2  

Sasmita Mahapatra None

Others

ଗ୍ରୀଷ୍ମର ଅଭିସାର

ଗ୍ରୀଷ୍ମର ଅଭିସାର

1 min
13.8K


ତମେ କଣ ଆଜି ଟିଭି ଦେଖୁଥିଲ କି.

କେମିତି ପଚାରି ଦେଲ ଯେ

ତମର ସେଠି ବେଶୀ ଖରା ହୁଏକି..

ବେଶୀ ଗରମ ହୁଏ ନା'

କେମିତି ରହୁଛ ଯେ..?


କେମିତି ତୁମକୁ କହିବି ଯେ,

ମୋ ସହରେ ଖରାଟା ଯେ କଣ..

ଏଠି ଖରାକୁ ନେଇ କଣ

ଦୁଃଖ କରି ହୁଏ

ନା' କବିତାକୁ ଢାଲ କରି

ଖରାକୁ ଦେଖେଇ ହୁଏ..?

ପଇଁଚାଳିଶ ଡିଗ୍ରୀର ଉପରେ ବି

ଖରାକୁ କଣ ଡରି ହୁଏ..?


ଅଧା କଟା ଗଛର ଛାଇ ତଳେ

ଠିଆ ହେଇ ଘାସ ଗାଲିଚାର

ସ୍ଵପ୍ନ ଦେଖୁ ଦେଖୁ

ମାପି ହୁଏ ଖରାର ମଉଛବ..।


ଖରାରେ ଝାଞ୍ଜିରେ ଡହକୁ ଥିବା

ମୋ ସହରେ

ସ୍ଵପ୍ନର ଛାଇ ସବୁ

ଘୋଷାଡି ହୋଇଯାଏ

ତତଲା ପିଚୁରେ,..।

ଖରାର ଧାସରେ ନୁହେ

ଦେହର ଝାଳରେ ବତୁରି ଯାଏ

ଆସିବାକୁ ବାକି ଥିବା

ବର୍ଷାର ପ୍ରେମ ଚିଠି ଟିଏ...।


ଦିପହର ଝାଞ୍ଜି ଖରାବେଳେ

ଜଳଛତ୍ରର ଛାଇ ତଳେ

ଭିଡ଼ ଜମୁଥିବା 

ଗୋଟି ଗୋଟି ସବୁ ଖବର

ମିଛରେ କଣ ମୋ ସହର

ସବୁଠାରୁ ଉତ୍ତପ୍ତ ସହର..।


ତୁମକୁ କହୁଛି ଖାଲି  

କେବେ ଦିନେ

ପଚାରି ଥିଲ ବୋଲି

ଏଠି କଣ ଖରା ଅଛି

ଖାଲି ଯାହା ଗ୍ରୀଷ୍ମର ଅଭିସାର.…।


                          #ସସ୍ମିତା


Rate this content
Log in