STORYMIRROR

Sasmita Mahapatra None

Inspirational Others

1.0  

Sasmita Mahapatra None

Inspirational Others

ସ୍ମୃତି

ସ୍ମୃତି

1 min
27.7K


ତୁମକୁ ନେଇ କଣ

କେବେ କିଛି ଭାବି ହୁଏ

ତୁମେ ତ ଆପେ ଆପେ ଆସି ଯାଅ ମୋ ମନର

ଗୋପନ କୁହୁକ ବନରେ

ଛୋଟିଆ ପ୍ରତିଧ୍ଵନି ଟିଏ ହୋଇ..।


ଅନ୍ତରର କୋଳାହଳକୁ

ମୁଖରିତ କରିଦିଅ

ମୁଠାଏ ଲାଜୁଆ ପବନ ହୋଇ.…


ମୁଁ ତ ହଜି ଯାଉଛି

ତୁମ ସ୍ମୃତିର ଅରଣ୍ୟରେ,..


ନିଜକୁ ଖୋଜୁଛି ଏଠି

ଅଧାଗଢା ଶବ୍ଦରେ

ମନର ଚୂନା ଚୂନା ଦୁଃଖ ମାନଙ୍କୁ

ଲୁହର ଶୀତଳତାକୁ

ଓଠରେ ଚାପି ଧରି…।


ହୃଦୟକୁ ଛୁଇଁ ଥିବା ଆବେଗ

ଖିଆଲି ହସର ପ୍ରତିଶ୍ରୃତି

କିଛି ଆନମନା ଶିହରଣକୁ ନେଇ..।


ମୁଁ ତ ଦେଖୁଛି ଏବେ

ତୁମରି ଆଖିରେ

ସମ୍ଭାବନାର ଛୋଟିଆ ସ୍ଵପ୍ନଟିଏ

ସେଇ ଯଥେଷ୍ଟ ମୋ ପାଇଁ

ଗୋଟାଏ ଜୀବନ ପାଇଁ…।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational