ସ୍ମୃତି ତୁମେ
ସ୍ମୃତି ତୁମେ
1 min
13.4K
ତୁମକୁ ନେଇ କଣ
କେବେ କିଛି ଭାବି ହୁଏ
ତୁମେତ ଆପେ ଆପେ ଆସି ଯାଅ ମୋ ମନର
ଗୋପନ କୁହୁକ ବନରେ
ଛୋଟିଆ ପ୍ରତିଧ୍ଵନୀ ଟିଏ ହୋଇ..।
ଅନ୍ତରର କୋଳାହଳକୁ
ମୁଖରିତ କରିଦିଅ
ମୁଠାଏ ଲାଜୁଆ ପବନ ହୋଇ.…
ମୁଁ ତ ହଜି ଯାଉଛି
ତୁମ ସ୍ମୃତିର ଅରଣ୍ୟରେ,..
ନିଜକୁ ଖୋଜୁଛି ଏଠି
ଅଧାଗଢା ଶବ୍ଦରେ
ମନର ଚୂନା ଚୂନା ଦୁଃଖ ମାନଙ୍କୁ
ଲୁହର ଶୀତଳତାକୁ
ଓଠରେ ଚାପି ଧରି…।
ହୃଦୟକୁ ଛୁଇଁ ଥିବା ଆବେଗ
ଖିଆଲି ହସର ପ୍ରତିଶ୍ରୃତି
କିଛି ଆନମନା ଶିହରଣ କୁ ନେଇ..।
ମୁଁ ତ ଦେଖୁଛି ଏବେ
ତୁମରି ଆଖିରେ
ସମ୍ଭାବନାର ଛୋଟିଆ ସ୍ଵପ୍ନ ଟିଏ
ସେଇ ଯଥେଷ୍ଟ ମୋ ପାଇଁ
ଗୋଟାଏ ଜୀବନ ପାଇଁ…।
#ସସ୍ମିତା
