STORYMIRROR

Sasmita Mahapatra None

Tragedy

3  

Sasmita Mahapatra None

Tragedy

ଅନୁରାଗ

ଅନୁରାଗ

1 min
4.1K


ମୁଁ ତ ଏବେ ମଗ୍ନ ଅଛି

ମୋ ନିଜ ଭିତରେ

ସୁଖର ନାନା ବାୟା ଗୀତ ଗାଇ

ମୋ ଚିତ୍ରମୟ ସଂସାରର

ଚାରିକାନ୍ଥ ଭିତରୈ...।


ନା' ଆକାଶକୁ ଛୁଇଁବାର ଲୋଭ

ନା' ପାଦତଳୁ ମାଟି ଖସିବାର କ୍ଷୋଭ

ନା' ପାଇବାର ମୋହ

ନା' ହରେଇବାର ଦୁଃଖ...।


ଅନୁରାଗର ସୁକ୍ଷ୍ମ କାହାଣୀଟିଏ

ଅହରହ ଝରୁଥାଏ

ମୋ ଶିରା ପ୍ରଶିରା ରେ…।


କିଛି ପାଇବାର ସ୍ଵପ୍ନ

ଆନମନା କରେ

ମୋ ସ୍ମୃତିରେ

ମୁଁ ଭୋଗୁଥିବା ଆୟୁଷ ଭିତରେ..।


ତୁମେ ଦେଇଥିବା

ଭାବ ଓ ଆବେଗ

କିଛି ସମ୍ଭାବନାର

ଅଲିଖିତ ଇତିହାସ


ନା କେବେ ମୋର ଦରକାର

ନା' ହେବ ମୋ ବଂଚିବାର ଉପଲକ୍ଷ..।


ଧୂଷର ପୃଥିବୀ ଆଉ

ଅବଶୋଷର ଚୂନା ଚୂନା ଦୁଃଖକୁ

ବାଦ ଦେଇ

ମୁଁ ତ ଖୁସି ଅଛି

ମୋ ଲୁହ ଟୋପେରେ.…।


ସସ୍ମିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy