STORYMIRROR

Sasmita Mahapatra None

Inspirational Others

3  

Sasmita Mahapatra None

Inspirational Others

ମୋ ମାଆ

ମୋ ମାଆ

1 min
28.8K


ଗୋରା ତକ୍ ତକ୍ ମୁହଁରେ

ଦାଉ ଦାଉ ଜଳୁଥିବା

ବଡ଼ ସିନ୍ଦୂର ଟୋପାଟିଏ

ପାର୍ବଣୀ ଦେବୀ ପରି

ମନେ ପଡିଯାଏ ମୁହଁଟିଏ

ମୋ ମାଆର..।

ନାଲି ନାଲି ଓଠ ଧାରେ

ଉଙ୍କି ମାରୁଥିବା

ପ୍ରଜାପତିର ଚିତ୍ରିତ ଡେଣା ପରି

ପୁଳା ପୁଳା ଖୁସି ବାଣ୍ଟୁଥିବା

ଛଳ ଛଳ ସେ ହସ

ମୋ ମାଆର....।

ଜୀବନର ଚଲା ପଥେ

ଯଦି କେବେ ଥକି ପଡେ

ପାଇବାର ମୋହ

ହରେଇବାର ଦୁଃଖରେ

ବାରବାର ଝୁଣ୍ଟି ପଡୁଥିବା ବେଳେ

ମୋର ସମଗ୍ର ସତ୍ତାକୁ

ଆଲୋକିତ କରି

ନାଲି ନାଲି ଚୁଡି ପିନ୍ଧା

ହାତ ଦି’ଟା ମୋତେ

କୋଳେଇ ନିଏ

ପ୍ରତ୍ୟୟ ଓ ଆଶ୍ଵାସନାରେ

ସେ -ମୋ ମାଆ...।

ମାଆ ତୋ ପଣତ କାନି

ମୋ ପାଇଁ

ଝଲମଲ ବିଶ୍ଵାସର

ବିସ୍ତିର୍ଣ୍ଣ ଆକାଶଟିଏ

ତୋ ପ୍ରାର୍ଥନାର ପ୍ରତିଧ୍ଵନି

ଖେଳିଯାଏ ମାଟିରୁ ଆକାଶ ଯାଏ

ସହସ୍ର ଫୁଲର

ମହ ମହ ବାସ୍ନାରେ

ମହକୁଥିବା

ସିମାହୀନ ମମତାର

ଆସ୍ଥା ଓ ବିଶ୍ଵାସର

ସାମଗ୍ରୀକ ସଂସାରଟିଏ

ସେ ମୋ ମାଆ.…।

@ସସ୍ମିତା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational