STORYMIRROR

Sasmita Mahapatra None

Others

4  

Sasmita Mahapatra None

Others

ତୁମେ କିଛି କୁହ କି ନ କୁହ*

ତୁମେ କିଛି କୁହ କି ନ କୁହ*

1 min
27.6K



********


ମୁଁ ତ ଏବେ ମଗ୍ନ ଅଛି

ମୋ ଭିତରେ

ସୁଖର ନାନା ବାୟା ଗୀତ ଗାଇ

ଚିତ୍ରମୟ ସଂସାରର

ଚାରିକାନ୍ଥ ଭିତରେ...।


ନା ଆକାଶକୁ ଛୁଇଁବାର ଲୋଭ

ନା ପାଦତଳୁ ମାଟି ଖସିବାର କ୍ଷୋଭ

ନା ପାଇବାର ମୋହ

ନା ହରେଇବାର ଭୟ...।


ଅନୁରାଗର ସୁକ୍ଷ୍ମ ରାଗିଣୀଟିଏ

ଅହରହ ଝରୁଥାଏ

ମୋ ଶିରା ପ୍ରଶିରାରେ

ତୁମେ କିଛି କୁହ କି ନକୁହ

ମୋ ଭିତରେ ଜଳୁଥାଏ

ନିତି ମରି ଜିଉଁଥିବା

ଅନୁଭବର ଛୋଟିଆ ସଂସାରଟିଏ....


କିଛି ପାଇବାର ସ୍ଵପ୍ନ

ଆନମନା କରେ

ମୁଁ ଭୋଗୁଥିବା ଆୟୁଷ ଭିତରେ…

ତୁମେ ଦେଇଥିବା ଭାବ ଓ ଆବେଗ

କିଛି ସମ୍ଭାବନାର

ଅଲିଖିତ ଇତିହାସ

ନା'କେବେମୋର ଦରକାର

ନା' ହେବ ମୋର

ବଂଚିବାର ଉପଲକ୍ଷ

ଧୂଷର ପୃଥିବୀି ଆଉ ଅବଶୋଷର ଚୂନା ଚୂନା

ଦୁଃଖ ମାନଙ୍କୁ ବାଦ ଦେଇ

ମୁଁ ତ ଖୁସି ଅଛି

ମୋ ଲୁହ ଟୋପେରେ...।


ମୁଁ ଖୋଜୁଛି ନିଜକୁ ଆଜି

ମୋ ସ୍ଵପ୍ନର ସହରରେ

କେଉଁଠି ଅଛି ମୁଁ....

ମୋ ନିଜ ଭିତରେ ନା'

ଆଉ କାହା ହୃଦୟରେ....

ଆଜି ଖାଲି ମୋ ଭିତରେ ମୁଁ

ଆଉ ତୁମ ଭିତରେ ତୁମେ….।


#ସସ୍ମିତା ମହାପାତ୍ର

ଡେଲି ମାର୍କେଟ ପଡା

ବଲାଙ୍ଗୀର

ମୋବାଇଲ- 9437760506


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍