STORYMIRROR

Padmalaya Mishra

Inspirational

4  

Padmalaya Mishra

Inspirational

ନିଶବ୍ଦ

ନିଶବ୍ଦ

1 min
26.7K


ନିଶବ୍ଦ ସ୍ନେହ.......

ବୋଉ ଦେଖାଯାଏ ଆଖିକୁ

ତା ପରଶ ପାଇହୁଏ

ତା ଆଖିର ଭାଷା ପଢିପଢି

ଲେଖିଯାଏ କବିତାର ଧାରା...


ହେଲେ ବାପା ......

ଖୋଜୁଚି ମୁଁ ଶବ୍ଦ

କିଛି ଭାଷାର ଯାଦୁ

ଯେମିତି ଉତାରି ପାରିବି ତୁମକୁ

ମୋ କବିତା ଡାଏରୀର ପୃଷ୍ଠାରେ।

ଆଖି ବୁଜି ଭାବିଲେ ତୁମ ଚେହେରା

ଲାଗ ଅଚଳ ଶଇଳ

ନା ସୁଖରେ ବିଭୋର ନା ଦୁଖେ ଅଧିର

ତୁମେ ବୋଉ ହାତଗଢା ସ୦ସାରର ଛାତ

ଆମ କ୍ଷୁଧା ଦୂର କରୁଥିବା ଭାତ

ବୋଉ ମଥାରେ ଦାଉଦାଉ କରୁଥିବା ସିନ୍ଦୂର

ଦେବତା ତାର ହୃଦୟ ମନ୍ଦିରର

ପରିବାରର ମେରୁଦଣ୍ଡ ତୁମେ

ବର୍ଷାରେ ଛତା, ଶୀତରେ କମ୍ବଳ

ଗ୍ରୀଷ୍ମରେ ଟାଣ ଖରାରୁ

ରକ୍ଷା କରୁଥିବା ମହାଦ୍ରୁମ

କୁଟୁମ୍ବର ଏକମାତ୍ର ସମ୍ବଳ ।


ତୁମେ ଠିକ୍ ମହମବତୀ ପରି

ଟାଣ ଶରୀର ଓ ମନବଳ ନେଇ

ଜଳୁଥାଅ ଦିକିଦିକି ହୋଇ

ନିଜକୁ ଶେଷ କରି

ଆମକୁ କରୁଥାଅ ଖୁସି

ଅଭାବରେ ମଧ୍ୟ ସୁଖ ଦିଅ ପରଷି

ଜୀବନ ଯାତ୍ରାର ତୁମେ ପଥ ପ୍ରଦର୍ଶକ

ଞାନ ଦୀପ ଜାଳି ଦେଇ

ବୁଦ୍ଧି ମଞ୍ଜି ପୋତି ଦେଇ

ପ୍ରସ୍ତୁତ କରାଅ ସମାଜ ସାଗରେ

ମେଲାଇବା ପାଇଁ ନିଜର ନାବ

ତୁମଠି ଦିଶେ ଏ ସାରା ଭବ ।


ତୁମେ ଏକ ଫଳନ୍ତି ବୃକ୍ଷ

ସ୦ସାରେ ବୋଧହୁଏ

ସବୁଠୁ ମଜବୁତ ତୁମ ବକ୍ଷ

ସହିଯାଅ କେତେ ଝଡ଼

ତୁମ ନିର୍ଭୀକତା ନିଜ ଉପରେ ବିଶ୍ୱାସ

ଦେଖି ଦୁଃଖ ଲେଉଟାଏ କଡ଼

ତୁମ ନାଲିଆଖି ଆଉ ବେତ ପାହାର

କରିଦିଏ ଚମତ୍କାର

ନ ଆସିବା ଅଙ୍କ କଷି ହେଇଯାଏ

ଇତିହାସ ଭୂଗୋଳ ମନେ ରହିଯାଏ

ଭାବେ ମୁଁ କାଳେ ତୁମେ

ମୋତେ ପାଅ ନାହିଁ ଭଲ

କାହିଁକି ନା ବୋଉ ଭଳି

କେବେ କରିନାହ ଗେଲ ।


ଶୋଇଗଲା ପରେ ମୁଁ

ବସ ମୋ ପାଖରେ

ଦବାଅ ମୋ ପାଦ ଧୀରେ ଧୀରେ

ମୁଣ୍ଡରେ ହାତ ବୁଲେଇ

ଲୁହ ଛଳଛଳ ହୋଇ

କରୁଥାଅ ନିଶବ୍ଦ ସ୍ନେହ

ମୁଁ ବି ନୀରବେ ଶୋଇ ରୁହେ

ବାପା ତୁମ ସ୍ନେହ ପରଶ ପାଉଥାଏ ।।

.......... ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational