Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Barik

Inspirational Others

4.0  

Bijay Barik

Inspirational Others

ମୁଗ୍ଧ ପାଠକର ଉକ୍ତି

ମୁଗ୍ଧ ପାଠକର ଉକ୍ତି

1 min
302


ଡହ ଡହ ଖରାବେଳେ

ବାସି କବିତାରେ

କଶି କଞ୍ଚା ଲଙ୍କାଟିଏ ଦଳି

ଅମୃତ କରି ପାରନ୍ତି

ଦୁଇ ମୁଠା

ଆମ୍ବିଳା ପଖାଳ ।

ଭୋକର

ହାଣ୍ଡିଶାଳ ଚାରିପଟେ

ମୁର୍ଦାର୍ ଭଳି ପଡିଥିବା

ଦଳେ ଅଂଧାର ପାଇଁ

ସଞ୍ଜ ସଳିତାଟିଏ ହୋଇ

ଛିଞ୍ଚି ପାରନ୍ତି

ନୂତନ ଆଶାର ଆଲୋକ ।

ସମୁଦ୍ର ବେଳାଭୂମିରେ

ଅତି ସହଜରେ

ପାଦରେ ଲହଡି ଭାଂଗିଲା ପରି

ଅତି ସସ୍ତାରେ

ବଢାଇ ଦିଅନ୍ତି

ମୁଠାଇ ଧରି ଥିବା

ଢେର୍ ସାରା ପାହାନ୍ତି ସକାଳ ।

ତୁମେ

ଆମେ

ସମସ୍ତେ

ଦେଖି ନ ଥିବା

ବର୍ଷା ଭିଜା କାନ୍-ଭାସ୍ ରେ

ପଖିଆଟେ ଘୋଡି

ଆଂକି ପାରନ୍ତି

ଅନେକ ଚରିତ୍ରର ପାଦ ଚିହ୍ନ ।

ଅଶୁଭ ମଣିଷର

ପିଠି ଥାପୁଡେଇ

ଆଖିରେ ଆଖି ମିଶାଇ

ଶିଖାଇ ଦିଅନ୍ତି

କୋଇଲିର କୁହୁ କୁହୁ,

କଜଳ ପାତିର

ଦାମ୍ଭିକତା,

ଫୋନିକ୍ସ୍ ପରି

ଆକାଶ କୁ ଭେଦିବାର

ଏକ୍-ଲା ପଣ ।

@ବିଜୟ କୁମାର ବାରିକ


Rate this content
Log in

Similar oriya poem from Inspirational