ଅନ୍ଧଗଳି
ଅନ୍ଧଗଳି
ଝିଅଟି ହାତ ବଢାଇ
ଅଟୋ କୁ ଅଟକାଇଲା ନାହିଁ ତ
ଖରାବେଳ ଟାରେ ଧଇଁ ସଇଁ ହୋଇ ଦୌଡୁଥିବା
ଅଟୋ ଡ୍ରାଇଭର ଟିକୁ
ଯେମିତି ମୁନ୍ଦେ ପାଣି ମିଳିଗଲା ।
ବରମୁଣ୍ଡା ଯିବ ?
ହଁ !
ଝିଅଟି ବସିଲା
ଆଉ ମୋତେ
ଡ୍ରାଇଭର ପାଖରେ ଆଡଜଷ୍ଟ ରେ
ବସିବାକୁ ପଡିଲା ।
ଖରାବେଳ
ହେଲେ ମଧ୍ୟ
ସାମ୍ନା ମିରର୍ ପଡିଥିଲା
ତୋଫା ଜହ୍ନ ଟିଏ ।
ଜହ୍ନଟି ଟିକେ ହସିଲା
ଅଳ୍ପ କଥା କହିଲା
ମୋ ସହ ନୁହେଁ
ପାଖରେ ବସିଥିବା ଭଦ୍ର ଲୋକ ସହ ।
ଏଥର ଭଦ୍ର ଲୋକ କଥା ଲମ୍ବାଇଲେ
ଜହ୍ନ ଢଳିବାକୁ ଆରମ୍ଭ କଲା ।
ସେତେବେଳେକୁ
କଣ୍ଟା ବାଡ
କିମ୍ବା ଠେକରା ଦେବା ପାଇଁ
କେହି ପାସେଞ୍ଜର ନ ଥିଲେ
ମୁଁ ଥିଲି
କିନ୍ତୁ ଅଲଗା ଉପ ଗ୍ରହରେ ।
କେଇ ମିନିଟ୍ ର ଅନ୍ତରାଳରେ
ଭଦ୍ର ଲୋକଟି ଠାରୁ
ଲମ୍ବି ଆସିଲା
ସୁଦୀର୍ଘ ନୋଟ ଟିଏ
ସିଧା ଡ୍ରାଇଭର ପକେଟ୍ ମଧ୍ୟକୁ ।
ଏଥର ଡ୍ରାଇଭରକୁ ମିଳିଗଲା
ଗୋଟେ ପଦ୍ମ ପୋଖରୀ ।
ମୋତେ ମୋ ତଟରେ
ଛାଡି ଦେଇ
ଅଟୋଟି ପହଁରି ଚାଲିଲା
ଧୂଳି ଭର୍ତ୍ତି ଗଳି ରାସ୍ତା ଆଡକୁ
ଯାହାର ବ୍ଲୁ ପ୍ରିଣ୍ଟ୍
ଦିନେ ମୁଁ ସ୍ୱପ୍ନରେ ଦେଖି ଥିଲି ।।
