ଖଳନାୟକ
ଖଳନାୟକ
1 min
190
ସେ ଠିଆ ହେଲେ ତା ଛଳର ଛାଇ ଦିଛୁଛି
ବେଶ୍ ଲମ୍ବା,
ତା ନୀଳ ନିଃଶ୍ୱାସରେ ଗୋଳାବାରୁଦର ଗନ୍ଧ
ବେଶ୍ ପାଉଁଶିଆ,
ତା ଚକ୍ରାନ୍ତର ଚନ୍ଦ୍ରବନ୍ଧନୀରେ ଏବେ ବି କଏଦ
ଗୋଟେ ଶ୍ୱେତାଙ୍ଗୀ ପାରା,
ତା ଦେହର ଦହଗଞ୍ଜ ରେ
ଅନେକ ଗୋଲାପି ଓଠର କ୍ଷତ ଚିହ୍ନ,
ତା କପାଳର କାରୁକାର୍ଯ୍ୟରେ
ଗୋଟେ ଅତି ରଞ୍ଜିତ ରାତିର ରତି,
ତା ନିଃଶ୍ୱାସର ନିରୀହତାରେ ନିହତ
ଗୋଟେ ଚିତ୍ରିତ ଛିଟ ପ୍ରଜାପତି,
ତା ଚୁମାର ଚମକରେ
ଚମକି ଯାଏ ଗୋଟେ ରୁଗ୍ଣ ରାଜନୀତି,,,
