STORYMIRROR

Bijay Barik

Others

2  

Bijay Barik

Others

ଫର୍ଦ୍ଦେ ସକାଳ

ଫର୍ଦ୍ଦେ ସକାଳ

1 min
345


ଅଗଣାରେ ଉପୁଡି ପଡିଛି ବଉ

ତୁ ଲଗାଇ ଥିବା ଟଗର ଗଛ,

ଭାଂଗି ଯାଇଛି

ହାଣ୍ଡିଶାଳ ର ଭାତ ହାଣ୍ଡି

ବଦଳି ଯାଇଛି ଭୋକର ଭୂଗୋଳ ।

ଶିକାରୁ ଛିଡି ପଡିଛି

ତୋ ସାଇତା ସପନ ।

ପିଢା ଉପରେ ବିଛାଡି ହୋଇ ପଡିଛି

ଲାଉ,ପୋଇ ର ଛିନ୍ନଭିନ୍ନ ଅସ୍ଥି କଙ୍କାଳ ।

ମହାଦେବ ପୋଖରୀ ରୁ ଏବେ

ତତଲା ପବନ ର ଘମଣ୍ଡି ଶୁଭୁଛି ।

ରାଣ୍ଡ ବ୍ରାହ୍ମଣୀ ଗପର ଦୃଷ୍ଟ ବିଲୁଆ

ବିହଙ୍ଗ ବିପ୍ଲବ ର ଦୃଷ୍ଟ ମାଙ୍କଡର

ଫେଚକାମୀ ବି ବଢି ଯାଇଛି ।

ପଙ୍କ ଗଡିଆରେ

ପବନ ର ହାତ ଧରି

ନାଚୁ ଥିବା କେତୋଟି ପଦୁଅଁ କଇଁ

ପଙ୍କରେ ପଙ୍କ ହୋଇ ଗଲେଣି ।

ଜାଣିଛୁ ବଉ

ସେଦିନ ସଂଧ୍ୟା ରେ

ତୁ ମୁଣ୍ଡରେ ବସାଇ ଥିବା ଜଗୁ ଭାଇ

ପାକଲା ଦାନ୍ତ ଦେଖାଇ

ଲୋଟିନେବାକୁ ବସିଥିଲା

ତୋ ଅଲିଅଳି ର ଶେଷ ସନ୍ତକ ।

ସତରେ ଲୋ ବଉ

ତୋ ହାତ ଅଙ୍କା ଫର୍ଦ୍ଧେ ସକାଳ ଚିତ୍ର ପଟ୍ଟରେ

କିଏ ଯେମିତି ଢାଳି ଦେଇଛି ମେଞ୍ଚାଏ ବଧ ରକ୍ତ ।

ପାପୁଲିର

ପାହାଡ ଉହାଡ ରୁ ଡେଇଁ ପଡିଥିବା

କେରାଏ ସୁନେଲି ଖରା ଆଜି ବି ଗୁରୁତ୍ୱର ଆହତ ।

ସବଜା ସାବଜା ବନ ବନାନି

ମଝି ନଇରେ ଭାସୁ ଥିବା

ଏକଲା ଡଂଗା,

ଏକଲା ନାଉରୀ,

ଗୋଠରେ ଚରୁଥିବା ଗାଇ ମେଣ୍ଢା ପହ୍ଲ,

ଖାଦ୍ୟ ଅନ୍ୱେଷଣ ରେ ଦଳେ ପକ୍ଷୀର ଉଡାନ୍

ରଘୁଦାଦାର ନାନା ବାୟା ଗୀତ,

ସବୁ ଯେମିତି ଆତ୍ମହତ୍ୟା କରିଛନ୍ତି

ତୁ ଆଙ୍କିଥିବା

ସେଇ ନୀଳ ଝରଣାରେ ।

ସତରେ ବଉ

ଭାରି ଅଣନିଶ୍ବାସୀ ଲାଗୁଛି ଏବେ

ତୋ ହାତ ଅଙ୍କା ଫର୍ଦ୍ଧେ ସକାଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍