ପ୍ରଶ୍ନ
ପ୍ରଶ୍ନ
ସତରେ କଣ ଖରାରେ ମଉଳେ
ଫୁଲ ଆଉ ଫଗୁଣ,
ସତରେ କ'ଣ ବର୍ଷାରେ ଓଦା ହୁଏ
ଦେହ ଆଉ ଦେଉଳ ।
ସତରେ କ'ଣ ଶୀତରେ ବରଫ ପାଲଟେ
ମନ ଆଉ ପବନ ।
ସତରେ କ'ଣ ଲାଜରେ ଢାଙ୍କି ହୁଏ
ଭାତ ହାଣ୍ଡିରେ ଢାଙ୍କୁଣୀ ଆଉ ଚିରା ଆପ୍ରନ୍ ରେ ଚରିତ୍ର ।
ସତରେ କ'ଣ ସେ ବୁଢା ଲୋକଟିକୁ ବଢେଇ ହୁଏ
ଭାତ ଆଉ ସହଯୋଗର ହାତ ।
