STORYMIRROR

Bijay Barik

Others

5.0  

Bijay Barik

Others

ଆଃ ବିଚରା ଶୀତ

ଆଃ ବିଚରା ଶୀତ

1 min
386


ପୂର୍ଣ୍ଣମୀର ଫିକ୍ ଫିକ୍ ହସ

ଅମାବାସ୍ୟାର ଗୁମ୍ ସୁମ୍ ପଣ

ଶେଫାଳୀ ର ମିଟ୍ ମିଟ୍ ଆଖି

ଝିଂକାରୀର ଝିଂ ଝିଂ ସ୍ୱରରେ

ଶୀତ ଖୋଜୁଛି ତା'ର ପ୍ରିୟ ମଣିଷକୁ ।

ସଂଧ୍ୟାରୁ ପାହାନ୍ତି ଯାଏଁ

ଦିଗରୁ ଦିଗନ୍ତ ଯାଏଁ

ଫର୍ଦେ କାଗଜରୁ ଗ୍ରନ୍ଥ ଯାଏଁ

ସ୍ପନ୍ଦନରୁ ଗର୍ଜନ ଯାଏଁ

ଖୋଜୁଛି ତାର ଫୁଙ୍ଗୁଳା ଦରଦୀ ସ୍ପର୍ଶ ଟିକକୁ

ଚିକିଟା ଦେହର ତତଲା ପଣକୁ ।

ଯିଏ ତା କାନ୍ଧରେ ହାତ ପକାଇ

ଟେଳାଏ ଦୋକ୍ତା ମାଢିରେ ଜାକି

ଭରା ଭରା ସର୍ଦ୍ଦି କଣ୍ଠରେ ରୁଣ୍ଡେଇ ଦିଏ

ଗୁଡାଏ ଦରଛିଣ୍ଡା ଗୀତ

ପୁଣି ଦୁଇ ହାତ ଘଷି ଘଷି ବଢାଇ ଦିଏ

ତା ଦେହର ସବୁ ଉଷୁମ ପଣ,

ସବୁଠି ନାଁ ନାହିଁର ମିଠା ବଳୟ ଶେଷରେ

ଗର୍ଭିଣୀ ଗହମ କ୍ଷେତ ପାଖେ

ହୁକେ ହୋ..ହୁକେ ହୋ.. ବିଲୁଆ ଗୀତରେ

ତା ପ୍ରିୟ ମଣିଷର ଭୁରୁ ଭୁରୁ ଗନ୍ଧ ବାଜେ ତା ଦେହରେ...

ସେଇଠି କାଂଗାଳ ମାଟି ଉପରେ

ସତକୁ ସତ ପଡିଥିବା ତା ପ୍ରିୟ ମଣିଷର

ସଢା ରକ୍ତ ମାଂସ ମଖା କାନ୍ଧ ହାଡ ଦେଖି ସେ ସବୁ ଜାଣି ପାରେ !


Rate this content
Log in