STORYMIRROR

Bijay Barik

Inspirational

4.3  

Bijay Barik

Inspirational

ଆଉରଙ୍ଗ୍ ଜେବ୍

ଆଉରଙ୍ଗ୍ ଜେବ୍

1 min
543



ଦେଶକୁ ଆଲୋକିତ

କରିବାର ସମ୍ଭାବନା ନେଇ

ଯେଉଁ ମାନେ ଏଥର

ମସାଲ୍ ଧରିବାକୁ ଯାଉଛନ୍ତି

ଅବା କୁହୁଡ଼ି ମିଶା ଖରାରେ

ପିଠି ଦେଖାଇ

ପ୍ରଗତି ର ସ୍ୱପ୍ନ ବୁଣୁଛନ୍ତି

ସେମାନେ ଗାନ୍ଧୀ ଅବା ଗୋପବନ୍ଧୁ ନୁହନ୍ତି

ସେମାନେ ସବୁ

ଜଣେ ଜଣେ ଆଉରଙ୍ଗ୍-ଜେବ


ଏମାନଙ୍କ ପ୍ରଚ୍ଛଦପଟ୍ଟରେ

ଝୁଲୁଛି ଅନେକ

ଅପରାଧର ହାତକଡି

ଏମାନଙ୍କ ମାଗଣା

ବକ୍ ବକ୍ ରେ ଶୁଭୁଛି

କାଠଗଡା ର

ହାଜିର୍ ହୋ ହାଜିର୍ ହୋ


ଖବର କାଗଜ ଟିଭିରେ

ଆମେ ଦେଖୁ ଥିବା

ବିକଳାଙ୍ଗ ପାହାଡ

ନୁଖୁରା ଜଙ୍ଗଲ

ରକ୍ତ ହୀନତା ରେ ଶିକାର ନଇ ନାଳ

ଅପପୃଷ୍ଟିରେ କବଳିତ ଶାନ୍ତ ପବନ

ଅବା

ନ୍ୟାୟାଳୟ ସାମ୍ନାରେ

ଅନଶନରେ ଥିବା

ଅସଂଖ୍ୟ ଦୌପଦୀ ର ମୁକୁଳା କେଶ

ସବୁ ଏଇ ମାନଙ୍କର

କଳା କାରନାମା,,,,,


ତଥାପି ମାଳ ମାଳ

କାନ୍ ଭାସ୍ ର

ସାଧା ପୃଷ୍ଠାରେ

କାନ୍ଥ ବାଡ ବତି ଖୁଣ୍ଟ ରେ

ସଭିଙ୍କ ଟିପ ଚିହ୍ନ ରେ

ସମସ୍ତ ଆଉରଙ୍ଗ୍ ଜେବ୍ ର

ଚିତ୍ର କାହିଁକି,,,,,?


ମୁଁ ଜାଣିଛି

ଏମାନେ ସବୁ

ବିଜୟ ର ନାଲି ଫିତା

ଛୁଇଁବେନି ତ

ଛୁଇଁବ

ଗୋଟିଏ ଭୋକିଲା କାଳ ବୈଶାଖୀ

ଅଥବା

ରାମ ରାଜ୍ୟ କୁ

ରାବଣମୟ କରିବାର

ଢେର୍ ସାରା ସମ୍ଭାବନା,,,,,,


ତେଣୁ ନିତି ଦିନିଆ

ସେଇ ନିଶ୍ୱାସ ବଦଳରେ

ଛାଡି ଦିଅ ଏକ

ବିଷାକ୍ତ ଦୀର୍ଘଶ୍ୱାସ,

ଅଣନିଶ୍ବାସୀ ହୋଇଯାଉ

ତାଙ୍କ ହୃତ୍-ପିଣ୍ଡ ର ଦୁକ୍ ଦୁକ୍

ଚିତ୍ ପଟାଙ୍ଗ୍ ମାରୁ

ତାଙ୍କ ରକ୍ତ ର ବାଲାନ୍ସ ଏବିଲିଟି,,,,ll


-----------***----------



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational