ଜୟହିନ୍ଦ
ଜୟହିନ୍ଦ
ଅପରାହ୍ନ ସମୟ,,,,!
ସିରପ୍ ଖାଇ
ଝିଅ ଏବେବି ଶୋଇଛି
ଟେଡୀ ବିଅର୍ ଖଟ ତଳକୁ ଖସି ପଡିଛି
ଶୋଇଲା ବେଳେ
ତା ବାପା କୁ ଶୁଣାଇ ଥିଲା
ଟ୍ୱିଙ୍କିଲ ଟ୍ୱିଙ୍କିଲ ଲିଟିଲ ଷ୍ଟାର୍
ଜନି ଜନି ୟେସ୍ ପାପା
ଇଟିଙ୍ଗ୍ ସୁଗାର୍ ନୋ ପାପା
ଆଉ ଢେର୍ ସାରା ଅଭିଯୋଗ
ମୋ ନାଁରେ,,,,
ସେପଟେ ମାଆ ବାବା ଶୋଇଛନ୍ତି
ତାଙ୍କ ସହ ଦୁଇ ପଦ କଥା ହୋଇଥିଲେ
ଏଥର ପ୍ରଥମ କରି ଆମ୍ବ ଗଛରେ ବଉଳ ଭର୍ତ୍ତି ହୋଇଛି
ତୁ ଫେରିଲା ବେଳକୁ ଆମ୍ବ କଷି ହୋଇ ସାରିଥିବ
ଜଗୁ ତିଆଡି ଟଂକା ଫେରଉନି
ଖାଲି ଦେଇଦେବ ଦେଇଦେବ କହୁଛି
ଆସିଲେ ଟିକେ ବୁଝାବୁଝି କରିବୁ
ନଟ ମଉସା ର ଦେହ ଭାରି ଖରାପ
ଭଲ ଡାକତର ପାଖେ ଦେଖାଇବୁ
ବାପା କହୁଥିଲେ,,,,,
ବଡ ମାଇଁ ର ଝିଅକୁ ଗତକାଲି ଦେଖିବାକୁ ଆସିଥିଲେ
ତୋ ବାପା ଯାଇଥିଲେ
ଅମନ୍ ଭାଇ ଯେମିତି ହେଲେ
ମୋ ବାହା ଘରକୁ ଆସିବ
ନହେଲେ ସେ ବାହା ହେବନି ବୋଲି
ଯମୁନା ଭାରି ଜିଦ୍ଧି ଧରିଛି
ଖାଇବା କଥା
ଦେହ ପାଆ କେମିତି ଅଛି
ମାଆ ବୁଝିଲା ବେଳକୁ
ସେ ଫୋନ୍ କାଟି ସାରିଥିଲେ,,,,,
ମୋତେ ଖାଲି କହିଥିଲେ
ଶୁଣ୍ ପଗଲି
ଫେରିଲେ ବହୁତ କଥା ହେବି
ରହୁଛି,,,,
ଆଖିରେ ଏବେବି କିଛି ବଳକା ନିଦ
ଲହଡି ଭାଂଗୁଛି
ଝରକା ସ୍କ୍ରିନ ଆଡେଇ ଦେଲେ
ଦିଶୁଛି
ଜାତୀୟ ରାଜପଥ ରେ
ଅପରାହ୍ନ ର ଲମ୍ବା ହାଇ
କାନ ପାଖରେ ପ୍ରତିଧ୍ବନିତ ହେଉଛି
ସ୍କାଏ ଲାଇଟ୍ ରୁ
ପାରା ଦମ୍ପତି ର ଘୁମୁରି ଆବାଜ୍,,,
ଏକ ଅଜଣା ନଂବରୁ ଫୋନ୍
ଫୋନ୍ ଭିତରେ
ଗୋଳାବାରୁଦ ର ଗନ୍ଧ
ଜୟ ଜକାର ଧୁନ୍
ଅମର ମନ୍ତ୍ର
କେଇ ମିନିଟ୍ ର ବୁଲା ବଂକା କଥା
କିନ୍ତୁ ପୁରା ସ୍ପଷ୍ଟ ,,,,,
"""""""""¤"""""""""""
