STORYMIRROR

Bijay Barik

Others

3  

Bijay Barik

Others

ଅନୂଢା ର ବେସୁରା ସଂଗୀତ

ଅନୂଢା ର ବେସୁରା ସଂଗୀତ

1 min
137


ରାତି ଶୋଇଥିଲା

ମୋ କପାଳ ସାରା

ଘୁଙ୍ଗୁଡି ମାରୁଥିଲା

ମୋ ସଙ୍ଗିନ୍ କ୍ଳାନ୍ତପଣ

ସାରା ଅନ୍ଧାର ରେ ଲୁଚି ଥିଲା

ଗୋଟିଏ ଅନୂଢା ର ଛାଇ

ଛାଇ ଭିତରେ କୁହୁଳୁଥିଲା

ତା ବେସୁରା ସଂଗୀତ


ଜୀବନକୁ ଅୟସ୍ କରୁଥିବା

ବାଉଁଶ ଗଛ ପରି ମୁଁ ନୁହେଁ

ଯିଏ ସକାଳ ହେଲେ ଓହ୍ଲାଇ ସାରିଥିବ

ଗଦା ଗଦା ଅନ୍ତବସ୍ତ୍ର

ପିନ୍ଧି ସାରିଥିବ ବାଟି ବାଟି ସବୁଜ ସ୍ୱପ୍ନ,,,


ପାଖୁଡା କୁ

ଥାକ ଥାକ ସୁବାସ ରେ ସଜେଇ ଥିବା

ଗୋଲାପ ପରି ମୁଁ ନୁହେଁ

ଯିଏ କେଉଁ ପୁରୁଷ ର ପୁରୁଷାର୍ଥ ପାଇଁ

କଣ୍ଟା ରେ ସଞ୍ଚି ଥାଏ ଢେର୍ ସାରା ବିଷ ଯନ୍ତ୍ରଣା,,,,,,


ଆକାଶର ନୀଳିମାରେ

ମୁଁ ସେଇ ମେଘ ଖଣ୍ଡ ନୁହେଁ

ଯାହାକୁ ହଳେ ମନ୍ତ୍ର ପଢି

ଡାକି ଆଣିବ ଆପଣା ପାଖକୁ

ବିନା ଅନୁମତି ରେ

ବିନା ପ୍ରତିବାଦରେ

ଢାଙ୍କି ଦେବ ତମ ମରଦ ପଣିଆ,,,


ମାଙ୍କଡ କଲିଜାର ଠିକଣା

ମୋତେ ବି ଜଣା

ବୁଢି ଅସୁରୁଣୀ ର ଜୀବନ ନାଟିକା କୁ ରାସ୍ତା

ମୁଁ ବି ଦେଖିଛି

ବିନା ବସ୍ତ୍ର ରେ

ନର୍ତ୍ତକୀ କୁ କିପରି ପଥର ସନ୍ଧିରେ

ଭାବ ଭଂଗୀରେ ଠିଆ କରାଯାଏ

ସେ କଳା ବି ଜାଣିଛି,,,,


ଜାଣି ପାରିଲିନି

ତୁମ ପରି ବିଶ୍ୱାସ ର ରଂଗିନ୍ ଜାଲ ବିଛାଇ

କେମିତି ଲୁଟି ହୁଏ ନିରୀହ ସ୍ୱପ୍ନ

କିପରି ଛଳନା ର ଛତା ଘୋଡି ପାରି ହେବାକୁ ହୁଏ ଜୀବନର ସମୁଦ୍ର,,,,,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍