ଏଇ ପାଦ ଯିଏ ବୋହିଥିଲା ମତେ
ଦଶ ମାସ ଦଶଦିନ
ସହିଥିଲା ମୋର ସବୁ ଭାର
ଭୃଣରୁ ହେବା ଯାଏ ଭୂମିଷ୍ଠ,
ବିନା କିଛି ଆଶାରେ ବିନା କିଛି ପ୍ରାପ୍ୟରେ
କରି ଚାଲିଥିଲା ନିଜ କର୍ତ୍ତବ୍ୟ ହୋଇ ସେ ଏକନିଷ୍ଠ ।
ଯାହାର ସୁବର୍ଣ୍ଣ ଭୂମିରେ ପାଦ ରଖି
ମୁଁ ପାଇଥିଲି ଠିଆ ହେବାର ଦମ୍ଭ,
ଶିଖିଥିଲି ଚାଲିବାର କଳା
ଆଘ୍ରାଣ କରିଥିଲି ବାତ୍ସଲ୍ୟ ମମତାର ମହକ ।
ଯାହାର ଧୂଳି ମୁଣ୍ଡରେ ବୋଳି
ମୁଁ ପାଇଛି ଅସୀମ ଧୋର୍ଯ୍ୟ
ବରାଭୟ ହୋଇ ଲଭିଛି ସବୁଥିରେ କୃତକାର୍ଯ୍ୟ ।
ସେଇ କୋମଳ ପାଦ ସହିଛି ବହୁତ ଆଘାତ
ଅତିକ୍ରମ କରିଛି ବହୁ କଣ୍ଟକିତ ପଥ
ସଜାଡିଛି ସାନନ୍ଦରେ, ସ୍ନେହରେ
ମୋ ପାଇଁ କୁସୁମିତ ଶେଯ ।
ହେ ପାଦ ପଙ୍କଜ ମଥାନତ ମୁଁ ତୁମ ତ୍ୟାଗ ପାଇଁ
ଆଜୀବନ ୠଣି ମୁଁ ତୁମ
ଆଯାଜିତ ପ୍ରେମ ପାଇଁ ।
ହେ ସ୍ନେହମୟୀ ଧୋର୍ଯ୍ୟମୟୀ ମୋ ମାତୃ ପୟର
ସବୁ ଜନ୍ମେ ଚାହେଁ ମୁଁ ଏମିତି ସ୍ନେହରେ ,ପ୍ରେମରେ ବହନ କରୁଥାଓ ଭାର ମୋହର ।
ଶୁଭେନ୍ଦୁ ସାହୁ
Ph-୯୪୮୯୭୧୪୫୩୪