STORYMIRROR

Subhendu Sahoo

Inspirational

4  

Subhendu Sahoo

Inspirational

ପଦ୍ମ ପାଦ

ପଦ୍ମ ପାଦ

1 min
27.1K




ଏଇ ପାଦ ଯିଏ ବୋହିଥିଲା ମତେ
ଦଶ ମାସ ଦଶଦିନ
ସହିଥିଲା ମୋର ସବୁ ଭାର
ଭୃଣରୁ ହେବା ଯାଏ ଭୂମିଷ୍ଠ,
ବିନା କିଛି ଆଶାରେ ବିନା କିଛି ପ୍ରାପ୍ୟରେ
କରି ଚାଲିଥିଲା ନିଜ କର୍ତ୍ତବ୍ୟ ହୋଇ ସେ ଏକନିଷ୍ଠ ।

ଯାହାର ସୁବର୍ଣ୍ଣ ଭୂମିରେ ପାଦ ରଖି
ମୁଁ ପାଇଥିଲି ଠିଆ ହେବାର ଦମ୍ଭ,
ଶିଖିଥିଲି ଚାଲିବାର କଳା
ଆଘ୍ରାଣ କରିଥିଲି ବାତ୍ସଲ୍ୟ ମମତାର ମହକ ।

ଯାହାର ଧୂଳି ମୁଣ୍ଡରେ ବୋଳି
ମୁଁ ପାଇଛି ଅସୀମ ଧୋର୍ଯ୍ୟ
ବରାଭୟ ହୋଇ ଲଭିଛି ସବୁଥିରେ କୃତକାର୍ଯ୍ୟ ।

ସେଇ କୋମଳ ପାଦ ସହିଛି ବହୁତ ଆଘାତ
ଅତିକ୍ରମ କରିଛି ବହୁ କଣ୍ଟକିତ ପଥ
ସଜାଡିଛି ସାନନ୍ଦରେ, ସ୍ନେହରେ
ମୋ ପାଇଁ କୁସୁମିତ ଶେଯ ।
ହେ ପାଦ ପଙ୍କଜ ମଥାନତ ମୁଁ ତୁମ ତ୍ୟାଗ ପାଇଁ
ଆଜୀବନ ୠଣି ମୁଁ ତୁମ
ଆଯାଜିତ ପ୍ରେମ ପାଇଁ ।

ହେ ସ୍ନେହମୟୀ ଧୋର୍ଯ୍ୟମୟୀ ମୋ ମାତୃ ପୟର
ସବୁ ଜନ୍ମେ ଚାହେଁ ମୁଁ ଏମିତି ସ୍ନେହରେ ,ପ୍ରେମରେ ବହନ କରୁଥାଓ ଭାର ମୋହର ।

ଶୁଭେନ୍ଦୁ ସାହୁ
Ph-୯୪୮୯୭୧୪୫୩୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational