STORYMIRROR

Subhendu Sahoo

Others

2  

Subhendu Sahoo

Others

ନୁହେଁ ମୁଁ ଅଲୋଡ଼ା

ନୁହେଁ ମୁଁ ଅଲୋଡ଼ା

1 min
12.8K


କେବେ ଭାବିବ ନାହିଁ

ଭାବିବ ନାହିଁ ମତେ ନିସ୍ୱ

ପଲକେ ପଲକେ ଥରାଇ ଦିଏ ମୁଁ

ନିଖିଳ ଏ ମହାବିଶ୍ୱ ।


ନୁହେଁ ଅଥର୍ବ ନୁହେଁ ବିଦର୍ବ

ନୁହେଁ କାପୁରୁଷ ଭୀରୁ

ଭାଙ୍ଗିପାରେ ମୁହିଁ କାନ୍ତାର ମରୁ

ଲଙ୍ଘିପାରେ ମୁହିଁ ମେରୁ ।


ନୁହେଁ ନୁହେଁ ନୁହେଁ କ୍ଲିବ ଅସହାୟ

ନୁହେଁ ମୁଁ ହୀନ ବିଦର୍ଯ୍ୟ

ଗୋଟିଏ ଆଖିରେ ଚନ୍ଦ୍ର ଜଳେ ମୋ

ଆରକେ ନୟନେ ସୂର୍ଯ୍ୟ ।


ଲେଖିକା- ସୁମିତ୍ରା ସାହୁ,

ଜଟଣୀ ,ଖୋର୍ଦ୍ଧା


Rate this content
Log in