ପ୍ରେମାସ୍ପଦ ପ୍ରିୟତମା
ପ୍ରେମାସ୍ପଦ ପ୍ରିୟତମା
ଆସନ୍ତନି ଥରେ ଅଳସ ସନ୍ଧ୍ୟାରେ
ଚମ୍ପକ ଚୂଡ଼ାରେ ଖୋସି
ବାତାୟନ ପାଶେ ପ୍ରେମର ପୂରବୀ
ମୋ ପାଖେ ଗାଆନ୍ତ ବସି ।
ଜହ୍ନି ଫୁଲ ପରି ଚାରୁ ବଦନରେ
ଅସରାଏ ହସି ଦେଇ
ମଧୁଝରା ତୁମ ଲାଳିତ୍ୟ କଥାରେ
ଦୁଃଖ ମୋର ଫେଡି ଦେଇ
ପ୍ରେମାସ୍ପଦ ତୁମେ ପ୍ରିୟତମା ମୋର
ବିଶ୍ୱାସର ନୀଳ କଇଁ ,
ଯେତେ ଦୂରେ ତୁମେ ରହି ଥିଲେ ସୁଧା
ମନ ଝୁରେ ତୁମ ପାଇଁ ।
ଆସନ୍ତନି ଏଇ ବିଭୋର ବେଳାରେ
ଅଜ୍ଞାତ ରାଇଜୁ ଖସି,
ଗୋଲାପୀ ଅଧରେ ପ୍ରୀତିର ପ୍ରଲେପ
ଆନନ୍ଦେ ଦିଅନ୍ତି ନେସି ।
