STORYMIRROR

Subhendu Sahoo

Inspirational

3  

Subhendu Sahoo

Inspirational

ଫେରିଆସ ତୁମେ ମୌସୁମୀ

ଫେରିଆସ ତୁମେ ମୌସୁମୀ

1 min
12.9K


ଫେରିଆସ !

ଫେରିଆସ ତୁମେ ମାନସ ମୋହିନୀ ମୌସୁମୀ

ବହୁତ୍ ଦିନ ହେଲା ଦେଖିନି ତୁମକୁ

ପାପ ଛୁଇଁ ଲାଣି ମନକୁ ।


ତୁମ ବିରହରେ ବାରିପଟ ମାଧବୀ

ଲତା ଶୁଖି କଣ୍ଟା ହୋଇଗଲାଣି

ବୁଣି ଥିବା ବିହନକୁ ମୂଷା ମାନେ ନେଇ

ସାଇତି ଲେଣି

ତୁମ ସଖି ଝରଣା, ପ୍ରମଦା

ତୁମକୁ ଅନେଇ ଅନେଇ ତାଙ୍କ ଆଖିରୁ

ପାଣି ମରି ଗଲାଣି

ଆଶାବାଦୀ ଅଛି ଶାମୁକା

ଧାଈ ହୋଇ କାଳେ ତା ପେଟରୁ ତୁମେ

ପ୍ରସବି ଦେବ ମୁକୁତା ।


ପ୍ରାଣୟନୀ ସାଜି ଚାହିଁ ବସିଛି ସେ

ବେଙ୍ଗୁଲି ରାଣୀ

ସହି ହେଉନି ତା ଦୁଃଖ କାହାଣୀ

ଫେରିଆସ ଫେରିଆସ ତୁମେ

କୋଟି ଚଷା ପୁଅ ରାଜଦୁଲାଣି ।


ଆଜି ବି ଆଖି ଖୋଜେ ତୁମର

ସେ କଳା ଭଉଁରୀ କେଶ

ଆଶାଢୀ ଶାଢ଼ୀ ଭିତର ସେ ଲାଜୁଆ ହସ

ମିଠା ଦୁଷ୍ଟାମି ଅଳ୍ପ ଭଦ୍ରାମି

ଫେରିଆସ ଫେରିଆସ ତୁମେ

ମାନସ ମୋହିନୀ ମୌସୁମୀ ।





Rate this content
Log in

Similar oriya poem from Inspirational