Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଆଲୋକର ପର୍ବ ଶୁଭ ଦୀପାବଳି

ଆଲୋକର ପର୍ବ ଶୁଭ ଦୀପାବଳି

1 min
116



ଆଲୋକର ପର୍ବ ଶୁଭ ଦୀପାବଳି

ଆସିଛି ଅନ୍ଧାର ଦେବାକୁ ଟାଳି

କରିବା ସ୍ବାଗତ ହରଷ ଚିତ୍ତରେ

ଛାତ ଅଗଣାରେ ପ୍ରଦୀପ ଜାଳି ।


ଜଳିପୋଡି଼ ଯିବେ ଯେତେସବୁ ପୋକ

ସୁରକ୍ଷା ପାଇବ ଆମରି କ୍ଷେତ

ଉପୁଜାଇ ପାରି ସୁନାର ଫସଲ

ଚାଷୀଟିଏ ହେବ ସକଳ ମିତ ।


ସଜାଇବା ଯେବେ ହୃଦୟ-କ୍ଷେତକୁ 

ସତ୍ୟ, ଧର୍ମ, ନ୍ୟାୟ ପ୍ରଦୀପ ଜାଳି

ଅସତ୍ୟ, ଅଧର୍ମ, ଅନ୍ୟାୟ ନାଶରେ

ପ୍ରେମରେ ହୃଦୟ ଥିବ ଉଛୁଳି ।


ଜୀବନ ଆକାଶେ ନୂତନ ସୂରୁଜ

ଉଦୟରେ ଧରା ଉଠିବ ହସି

ଆଶାର କିରଣ ଦେଖାଇବ ଦିଶା

ଜ୍ଞାନର ଆଲୋକ ଭରିବ ଖୁସି ।


ନିଜଠୁ ଦୂରେଇ ଅଜ୍ଞାନ-ତମସା

ଜାଳିବା ଆଲୋକ ହୃଦୁ ହୃଦୟ

ଶଙ୍ଖ ଧ୍ବନି ସମ ସକଳ ମୁଖରୁ

ଶୁଭୁଥିବ ଶୁଭ ନିନାଦ ଜୟ ।




Rate this content
Log in

Similar oriya poem from Inspirational