Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଶିବ ପଞ୍ଚାକ୍ଷର ସ୍ତୁତି

ଶିବ ପଞ୍ଚାକ୍ଷର ସ୍ତୁତି

1 min
134


     

          (ନ)

ନାଗେନ୍ଦ୍ରହାରାୟ ନମଃ ନମଃ ତ୍ରିଲୋଚନ l

ନମଃ ନମଃ ମହେଶ୍ୱର, ଭସ୍ମ ବିଲୋପନ ll

ନମଃ ନମଃ ନିତ୍ୟ ଶୁଦ୍ଧେ,ନମଃ ଦିଗମ୍ବର l

ନକାରେ ଶିବଙ୍କୁ ମୋର କୋଟି ନମସ୍କାର ll

          (ମ)

ମନ୍ଦାକିନୀ ପୂତ ନୀରେ ଚନ୍ଦନେ ଚର୍ଚ୍ଚିତ l

ନମସ୍ତେ ପ୍ରଣବ ତନୁ ନମଃ ନନ୍ଦୀ ନାଥ ll

ମନ୍ଦାରେ ଚମ୍ପକେ ପ୍ରଭୋ ସଦା ସୁପୂଜିତ l

ମକାରେ ଶିବଙ୍କୁ କରେ କୋଟିପ୍ରଣିପାତ ll

          (ଶି)

ଶିବ ମହାରୌଦ୍ର ଦକ୍ଷ ଯଜ୍ଞ ବିଧ୍ୱଂସନ l

ଗୌରୀ ବଦନାରବିନ୍ଦ ଅନଙ୍ଗ ଦହନ ll

ଶ୍ରୀନୀଳକଣ୍ଠାୟ ନମଃ ବୃଷଭ ବାହନ l

ଶିକାର ସଦାଶିବଙ୍କୁ କୋଟିଏ ନମନ ll

          (ବା)

ବଶିଷ୍ଠ, କୁମ୍ଭଜ, ଗୌତମାଦି ମହା ୠଷି l

ଚତୁର୍ବେଦ ଭୂତେଶଙ୍କ ନାମଥାନ୍ତି ଘୋଷି ll

ଅର୍ଦ୍ଧଚନ୍ଦ୍ର ଶୋଭା ଜଟା ଶ୍ରୀ ଚନ୍ଦ୍ରଶେଖର l

ବକାର ଶିବଙ୍କୁ କରେ କୋଟି ନମସ୍କାର ll

          (ୟ)

ୟଜ୍ଞ ସ୍ୱରୁପାୟଃ, ସନାତନ ଜଟା ଧର l

ପିନାକଧନୁହସ୍ତରେ ହେ ସତ୍ୟ ସୁନ୍ଦର ll

ଦିବ୍ୟାୟ ଦେବାୟ ପଶୁପତି ନାଗନାଥ l

ୟକାର ଶିବଙ୍କୁ କରେ କୋଟି ଦଣ୍ଡବତ ll

        


Rate this content
Log in

Similar oriya poem from Inspirational