STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

କଳା ମୁଖ

କଳା ମୁଖ

1 min
441


ମୋ ଜୀବନ ଦୁଃଖ 

ଶୁଣ କଳା ମୁଖ

ନାମ ବହି ଅଛ ତୁମେ ଦୁଃଖ ହାରି

ମୋ ଦୁଃଖ କୁ କେବେ ଶୁଣ ନାହିଁ ହରି

ଏତେ ନିର୍ଦୟ କାହିଁ, ହୁଅ କଳା ମୁଖ

ମୋ ଜୀବନ ଦୁଃଖ

   ଶୁଣ କଳା ମୁଖ ।


ଯେଉଁ ଡାଳ କୁ ଧରୁଅଛି ନୀତି

ମୋ ପାଇଁ ଛିଡି ଯାଏ, ଜଣେ ନା କେମିତି

ନିଜର ବି ମୋତେ କରି ଦିଏ ପର

ଯାହାକୁ ଭାବେ ମୁ ଅତି ଆପଣାର

ମୋ ମନ କଥାକୁ ,ଶୁଣ କଳା ମୁଖ

ମୋ ଜୀବନ ଦୁଃଖ

   ଶୁଣ କଳା ମୁଖ ।


ମାନ ସନମାନ ଚାହୁଁନି ମୁ କିଛି

ତୁମରି ଭାବ ରେ ସବୁ ମୁ ପାଉଛି

ଯାହା ମୁ ଚାହେଁନି ପାଉଅଛି ତାହା

ମୋ ଦୁଃଖ ଦେଖି କିଏ କରୁନାହିଁ  ଆହା

କେବେ କଷ୍ଟ ଯିବ ମୋ,କୁହ କଳା ମୁଖ

ମୋ ଜୀବନ ଦୁଃଖ

   ଶୁଣ କଳା ମୁଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational