Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

3  

Prabhas Kumar mohapatra

Inspirational

ଭୁଲିଛି ମୁଁ ମୋ ଅତୀତ

ଭୁଲିଛି ମୁଁ ମୋ ଅତୀତ

1 min
361



ଭୁଲିଛି ମୁଁ ମୋ ଅତୀତ ବିତିବା ଦିନ ତ

ଭୁଲିଛି ସେଦିନ କଥା l

ଆଜି ସୁଖେ ବୋଲି ପାସୋରି ମୁଁ ଗଲି

ଗରିବୀ ଦିନର କଥା ll


ରାତ୍ରିର ଅନ୍ଧାରେ ପେଟ ତ ଭୋକରେ

ହେଉଥିଲା ଛଟପଟ l

କେବେ ପିଏ ପାଣି ଖାଏ ପୁଣି ଜାଣି

ବିସ୍କୁଟ ତ ଦୁଇ ପଟ ll


ଆଜି ସିନା ମୁହିଁ ବଦଳି ଯାଇଛି

ସମୟର ଏ ସ୍ରୋତ ରେ l

ଅତୀତର କଥା ମନେ ଆଜି କାହିଁ

ଟଙ୍କା ଅଛି ମୋ ପାଖରେ ll


ଗରିବ ପିଲାକୁ ଦେଖି ଆଜି ମୁହିଁ

କରୁଅଛି ହୀନିମାନ l

ଗରିବ ହେବାର ଦୁଃଖ କଷ୍ଟ ଆଜି

ଭୁଲିଗଲା ମୋର ମନ ll


ଟଙ୍କାରେ ଆଜି ମୁଁ ହଉଛି ବୋଳିରେ

ଭୁଲୁଛି କାଗଜ କଥା l

ପଢ଼ିବାର ଦୁଃଖ ଦାରିଦ୍ର ର କଷ୍ଟ

ଭୁଲିଛି ସେଦିନ ବ୍ୟଥା ll


ଟଙ୍କାଟେ ତ ପାଇଁ ହେଉଥିଲି ଦିନେ

ଡହଳ ବିକଳ ମୁହିଁ l

ଆଜି ପେଟେ କାର ନାତ ମାରୁ ଅଛି

ଭୁଲିଛି ସେଦିନ ମୁହିଁ ll


ସତରେ ବଦଳି ଯାଇଛି ଆଜି ମୁଁ

ବଦଳିଛି ମୋର କଥା l

ସମାନତା ଦେବା ଭୁଲିଛି ଆଜି ମୁଁ

ଖଜୁଥିଲି ସମାନତା ll


ବୁଝିବା ବୁଝେଇବା ଭୁଲି ମୁଁ ଆଜି

କହୁଛି ଅସଭ୍ୟ ଭାଷା l

ବଡ଼ ହେଲି ବୋଲି ଭୁଲି ମୁହିଁ ଗଲି

ବେଦନା ଅକୁହା ଭାଷା ll



Rate this content
Log in