ମୁଁ ଶବ କହୁଛି
ମୁଁ ଶବ କହୁଛି
ଶବ କହୁଛି...
ଆହା ନାହିଁ… ସାହା ନାହିଁ…
ନାହିଁ ଦୟାର ଭାବ ମୂର୍ତ୍ତି
ଜୀବନ ପ୍ରତି ଭୟ
ସ୍ୱପ୍ନ ଦେଖିଥିଲା ଦିନେ
ମୋର ମୃତ୍ୟ ପରେ
ସଖା ସହଦୋର ପୁତ୍ର ବନ୍ଧୁ ବାନ୍ଧବ
ବୋହି ନେବେ
ତାଙ୍କ ସାମର୍ଥ୍ୟ ଶାଳି ସ୍କନ୍ଧରେ
ରାମ ନାମ ହବ ମୋର ସହଯାତ୍ରୀ
କିନ୍ତୁ
ବାସି ମଢ଼ ହେଲି...
କରୋନାର ଭୟା ବହ ବିଭୀଷିକା ଭିତରେ
ଖିନ ଭିନ ହୋଇଗଲା ମୋର ସ୍ୱପ୍ନ
ମୁଁ ଶବ କହୁଛି
ଶୁଣ ଶୁଣ ଭଗବାନ..
ଏପରି ଆବର୍ଜନା କୁଣ୍ଡ ପକା ଗାଡ଼ି
ମୋର ହେବ ଶେଷ ଯାତ୍ରାର ମାଧ୍ୟମ
କଣ ଦୋଷ ମୋର
ସ୍ୱର୍ଗ ଦ୍ୱାର ମୋ ପାଇଁ ବନ୍ଦ...
ଭାବିଥିଲି...
ସ୍ୱର୍ଗ ଦ୍ୱାର ମୋର ଶେଷ ଠିକଣା
ହେଲେ
ଆବର୍ଜନା ପକା ଗାଡ଼ି...
ଅଜଣା.. ଜାତି କୁଳ ହୀନ କେଇଟା ମଣିଷ
ସୁରକ୍ଷା କିଟ ସରଞ୍ଜାମ ସହିତ
ଭସ୍ମ କରିଦେଲେ
ଶାନ୍ତି ପାଇଲି ନାହିଁ
ମୁକ୍ତି ପାଇଲି ନାହିଁ...
ଆଜି ବି ଘୁରି ବୁଲୁଛି ମୋ ଆତ୍ମା
ଦର୍ଶନ କରୁଛି ମୁଁ
ମୋ ପରିବାରକୁ...
ଅଧୁରା କାର୍ଯ୍ୟ ସମାପ୍ତ କରି ପାରିଲିନି
ମୁଖ କାହାର ଦେଖି ପାରିଲିନି
ମୋର ମୃତ୍ୟ ସମୟରେ
ସ୍ତ୍ରୀର ସୀମନ୍ତ ସିନ୍ଦୂର
ହସ୍ତର ଶଙ୍ଖା ଉଜୁଡ଼ି ଗଲା
ସମୁଦ୍ର ଜଳ ରାଶି
ଉଥଳ ପୋଥଳ ହୋଇ ମୋତେ
ବିଦ୍ରୁପ କରି ଉଠିଲା
ପ୍ରକୃତି ରାଣୀ ଉପହାସ କଲା
ହେଲେ ମୋ ସ୍ତ୍ରୀ ତାର ଦୁଇ ଟୋପା ଲୁହ
ଆଜି ବି ମୋ ପାଇଁ
ସାଇତି ରଖିଥିବ...
ଅନ୍ୟ ପଟେ
ମୁଁ ତ ଶବ…
ହେଲେ..
କୁମ୍ଭୀର କାନ୍ଦଣା କରୁଥିବା
ଅନେକ ଲୋକ..
ଜୀବନ୍ତ ହୋଉ ମଧ୍ୟ ଶବ ପାଲଟି ଯାଇଛନ୍ତି
ଯିଏ ନିଜ ମାତା ପିତାଙ୍କୁ ବୃଦ୍ଧାଶ୍ରମରେ ରଖେ
ସେ ଗୋଟାଏ ଖଣ୍ଡିଆ ଭୂତ
ତାର ମାନ ଇଜ୍ଜତ ନାହିଁ...
କାପୁରୁଷ..
କୁଳର କଳଙ୍କ ଅଟେ…
ହେ ମାନବ ସମାଜ..
ତୁମ ପାଇଁ ଆଜି ଅଧୋଗତି
ସୁଧୁରି ଯାଅ…
ନଚେତ
ମୋ ଭଳିଆ ଶୁଦ୍ଧ ଶବ ମାନେ
ତୁମକୁ କେବେବି କ୍ଷମା କରିନେନି
ନିଜ ବୁଦ୍ଧି ବିବେକ ଧର୍ମରେ ଚାଲ
ପରବୁଦ୍ଧି, ବିବେକ
ପର ଧର୍ମରେ ଚାଲିଲେ ଭୟଙ୍କର ହବ
ହଁ ହଁ ଭୟଙ୍କର
ଖୁବ ଭୟଙ୍କର
ପ୍ରଳୟ ହବ...
ସୃଷ୍ଟିର ଧ୍ୱଂସ ହବ...
ପୁନଶ୍ଚ ସ୍ରଷ୍ଟାଙ୍କ ଜନ୍ମ..
ସେଥିରେ ମୁଁ ପୁଣି ଜନ୍ମ ନେବି
ପ୍ରତିଶୋଧର ବହ୍ନି ଜାଳିବି
ଜାଳି ପୋଡି ନାର ଖାର କରିଦେବି
ସୁଧୁରି ଯାଅ
ସୁଧୁରି ଯାଅ.....