Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ରକ୍ତତୀର୍ଥ ଇରମ୍

ରକ୍ତତୀର୍ଥ ଇରମ୍

1 min
208



ଅଠେଇଶ ସେପଟେମ୍ବର,ବୟାଳିଶ ସାଲରେ 

ଭାରତଛାଡ଼ ଆନ୍ଦୋଳନ ଚାଲିଥିଲା ଧୂମରେ ୧।

ସ୍ୱାଧୀନତା ଆନ୍ଦୋଳନର,ବହ୍ନି ଭାରତ ସାରା 

ଝାସ ଦେଇଥିଲେ ଜନତା,ଗାନ୍ଧୀଜୀଙ୍କ ଡାକରା।୨।

ଚାଲିଥିଲା ପରଜାମେଳି"ଇରମ"ପଡ଼ିଆରେ,

ସାତ ସହସ୍ର ପ୍ରଜା ମିଳି,ବ୍ରିଟିଶ ବିରୁଦ୍ଧରେ।୩।

ସୂଚନା ପାଇଲା ପୁଲିସ, ଚାଲିଛି ପ୍ରଜାମେଳି,

ଘେରିଯାଇ ଚଳାଇ ଥିଲେ, ସେ ଆଖିବୁଜା ଗୁଳି।୪।

ଗୁଳି ଖାଇ ଟଳି ପଡ଼ିଲେ, ସଂଗ୍ରାମୀ ଅଠେଇଶ 

ଭଦ୍ରକ ଇରମ ପଡ଼ିଆ, ହେଲା ରକ୍ତ ରଞ୍ଜିତ।୫।

କୋରାପୁଟ ଜେଲରେ ମୃତ୍ୟୁ,ବରଣ କଲେ ଜଣେ 

ଗୁରୁତର ଆହତ ହେଲେ,ଛପନ କର୍ମୀ ତେଣେ।୬।

"ତାରପରି ବେୱା"ନାମେକ, ଜଇନିକ ମହିଳା 

ପୋଲିସ ଗୁଳିରେ ଆହତ ହୋଇ ବରିଲେ କାରା।୭।

ଅଖ୍ୟାତ ଇରମ ବନିଲା, ପବିତ୍ର ରକ୍ତତୀର୍ଥ

ସଂଗ୍ରାମୀଙ୍କ ବଳିଦାନର,ଗାଥା ଗାଏ ଭାରତ।୮।

ମହାଡେଈ ପୁର,ଗୁରାଣ୍ଡି,ପାରଳାଖେମୁଣ୍ଡି, ଗଜପତି।


Rate this content
Log in

Similar oriya poem from Inspirational