STORYMIRROR

RAKHAL CHANDRA SWAIN

Inspirational

3  

RAKHAL CHANDRA SWAIN

Inspirational

ଅହଂକାରୀ ଙ୍କୁ ପଦେ‌ ପଂଖା ଯଦି କହେ, ମୁଁ ସବୁ କିଛି

ଅହଂକାରୀ ଙ୍କୁ ପଦେ‌ ପଂଖା ଯଦି କହେ, ମୁଁ ସବୁ କିଛି

1 min
761

ପଂଖା ଯଦି କହେ,

 ମୁଁ ସବୁ କିଛି।

ମୋତେ କିଏ କ'ଣ ଦଉଛି କି ?

ମୋ ନିଜ ବଳରେ ମୁଁ ନିଜେ ଘୂରୁଛି।

ତେବେ,ତା ପଛରେ ଲାଗିଥିବା,

ଯୁକ୍ତ ବିଯୁକ୍ତ ତାର ଦୁଇଟାର,

ଆବଶ୍ୟକତା କ'ଣ ?


ଯଦି,ତାର କହେ, ମୁଁ ସବୁ କିଛି,

ମୁଁ ନଥିଲେ ପଂଖା ଘୁରନ୍ତାନି,

ତେବେ ,ତା ପଛରେ ଥିବା,

ବିଦ୍ୟୁତ ଶକ୍ତି ର ଆବଶ୍ୟକତା କଣ ?


ଯଦି, ଶକ୍ତି କହେ, ମୁଁ ସବୁ କିଛି,

ମୁଁ ନଥିଲେ ପଂଖା ଘୁରନ୍ତାନି,

ତେବେ, ତା ପଛରେ ଥିବା,

କୋଇଲା ର ଆବଶ୍ୟକତା କ'ଣ ?


ଯଦି, କୋଇଲା କହେ, ମୁଁ ସବୁ କିଛି।

ମୁଁ ନଥିଲେ ପଂଖା ଘୁରନ୍ତାନି,

ତେବେ,ତା ପଛରେ ଥିବା,

ଗଛ ଗୁଡ଼ିକ,ଶହଶହ ବର୍ଷ ଧରି,

ମାଟି ତଳେ ପୋତି ହୋଇ, ରହିବାର,

ଆବଶ୍ୟକତା କ'ଣ?


ଯଦି,ଗଛ କହେ ମୁଁ ସବୁ କିଛି,

ମୁଁ ନଥିଲେ ପଂଖା ଘୁରନ୍ତାନି,

ତେବେ ସେ ଗଛକୁ ମାଟି ତଳେ,

ପୋତି ଥିବା ବ୍ୟକ୍ତି,

ସବୁ ନାଟର ଗୋବର୍ଦ୍ଧନ।

ସେ କିଏ?

ଏ ସବୁ ବ୍ୟବସ୍ଥା ର ମୂଳ ରେ କିଏ ?

ଖୋଜିଲେ ପାଇବା କି?

କିଏ ସିଏ ଯିଏ ପଂଖା ଘୂରଉଛି ?


       



Rate this content
Log in

Similar oriya poem from Inspirational