STORYMIRROR

RAKHAL CHANDRA SWAIN

Others

3  

RAKHAL CHANDRA SWAIN

Others

ହୋଲି

ହୋଲି

1 min
168

ଶୈଶବ ଶୀତକୁ ବାଆଁରେଇ ଫଗୁ

   ଜୀବନେ ଆଣିଛି ନୂଆ ସମ୍ଭାର।

ଅଙ୍ଗେ ଅଙ୍ଗେ ଖେଳେ ନବ ଉନ୍ମାଦନା

   ପ୍ରତି ଅଙ୍ଗେ ଭରେ ପ୍ରୀତି ଜୁଆର।୧।


ଜୀବନ ଯୌବନ ନବ ପଲ୍ଲବିତ

   ଶୁଷ୍କ ତ୍ୱଚା ଭରେ ନବ ଜ୍ୟୋତିରେ।

ମୟୂର ପୁଚ୍ଛର ସାତ ରଙ୍ଗେ ଭିଜି

  କୃଷ୍ଣ -ମନ ହଜେ ରାଧା ପ୍ରୀତିରେ।୨।


 ଆମ ଗାଁ'ରେ ଉଡେ ଗୋପ ଦାଣ୍ଡ ଧୂଳି

    ସୁଦାମ ସୁବଳ ଆମ ଗାଁ ସାଙ୍ଗ।

ସମ୍ପର୍କର ଡୋରି ମଜଭୁତ କରି

    ବୋଳି ହେଉ ଆମେ ଅବିର ରଙ୍ଗ।୩


ଭେଦ ଭାବ ଭୁଲିଖେଳୁ ପିଚକାରୀ

    ହୋଲିକା-ମନକୁ କରି ଦହନ।

ଅନ୍ୟାୟ ବିରୁଦ୍ଧେ ଏକ ସ୍ବର ତୋଳି

     ହଟାଉ ବାଳୁଙ୍ଗାବଞ୍ଚାଇ ଧାନ।୪।


 ଭାଇଚାରା ଭାବ ଅସଲ ଉଦ୍ଦେଶ୍ୟ

     ହୋଲି ସିନା ଏକ ପ୍ରତୀକ ପର୍ବ।   

ହୋଲିକାର ଗର୍ବ ହେବ ନିଶ୍ଚେ ଖର୍ବ

     ଅନ୍ୟାୟ ବିରୁଦ୍ଧେ ଲଢ଼ିଲେ ସର୍ବ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍