STORYMIRROR

RAKHAL CHANDRA SWAIN

Inspirational

3  

RAKHAL CHANDRA SWAIN

Inspirational

ସେ କିଏ

ସେ କିଏ

1 min
216


ଜାଣିଛ କି, ଚିହ୍ନିକି,କହିବ କି, ସେ କିଏ ?

ନିଜ ଜୀବନକୁ ବାଜିରେ ଲଗେଇ,

ବିଶ୍ବ ହିତ ପାଇଁ ଜୀବନ ଦିଏ।

                   ସେ କିଏ ?।୦।


ନାହିଁ ନିଜ ଘର, ନାହିଁ ପିନ୍ଧା ଲୁଗା,

ଖରା ,ବର୍ଷା ,ଝଡ,କପାଳେ ଯା'ଲେଖା।

ସ୍ଵାଭିମାନୀ ବୋଲି,ପାତେ ନି ସେ ହାତ,

ନିଜ ଗୋଡ଼େ ଠିଆ ହେବାକୁ ଚେଷ୍ଟିତ।

ତଥାପି ଔଷଧ,ଖାଦ୍ୟ,ବସ୍ତ୍ର,ଘର,

ସାରା ବିଶ୍ଵକୁ ସେ ଯୋଗାଉଥାଏ।

                     ସେ କିଏ ?।୧‌।


ରୋଷେଇ ଶାଳରେ ନିଜେ ଜଳି ଜଳି।

ଆମକୁ ଯୋଗାଇ ଥାଏ ଖାଦ୍ୟ ଥାଳି।

ଅଶୋଧିତ ବାୟୂ କରେ ବିଶୋଧିତ।

ପରିବେଶ ସଦା କରେ ସନ୍ତୁଳିତ।

ନାଉରି ପାଇଁ କି ନିଜେ ନାଆ ହେଇ,

ଏ ଘାଟୁ ସେ ଘାଟ ପହଁରୁଥାଏ।

                        ସେ କିଏ ?।୨।


ପ୍ରୟୋଗ ଶାଳାରୁ,ଆଣି ଅମ୍ଳଜାନ,

ବିକେ ଯିଏ ତାକୁ କୁହ ଭଗବାନ।

ମାଗଣାରେ ଯିଏ ଅମ୍ଳଜାନ ବାଣ୍ଟେ।

ତା' କଥାକୁ କେହି ଦିନେ ବି ନ ଚିନ୍ତେ।

ଏନ୍ତୁଡ଼ିଶାଳରୁ,ସାଥିଟିଏ ହୋଇ,

 ମଶାଣିରେ ଯିଏ ପାଉଁଶ ହୁଏ।

                    ସେ କିଏ?

ସେ କିଏ ?

ସେ କିଏ?

ସେ କିଏ?

ସେ .......କି.....ଏ ?

          ××××


(ପାଠକ ମାନଙ୍କୁ ମୋର ବିଶେଷ ଅନୁରୋଧ।ଦୟାକରି ଉତ୍ତର ରଖିବେ ,"ସେ କିଏ " ?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational