STORYMIRROR

RAKHAL CHANDRA SWAIN

Others

3  

RAKHAL CHANDRA SWAIN

Others

ଅବୁଝା ଅଙ୍କ

ଅବୁଝା ଅଙ୍କ

1 min
170

ମୋ ଖଡ଼ି ସିଲଟରେ 

କଷିବାଟା କଷ୍ଟ 

ତମ ଡିଜିଟାଲ ଅଙ୍କ ଗୁଡା।


ମିଶେଇବ ବୋଲି କହିଥିଲ 

ହେଲେ ହରି ଚାଲ ଟଙ୍କା ବିଡା।

ମୋ ଖଡ଼ି ସିଲଟରେ କଷିବାଟା କଷ୍ଟ 

      ତମ ଡିଜିଟାଲ ଅଙ୍କ ଗୁଡା।

      ତମ ଡିଜିଟାଲ ଅଙ୍କ ଗୁଡା୧।


ନହୁଷ ଠୁଁ ତୁମେ ଯମା ଉଣା ନୁହଁ।

ଗାଦିରେ ବସିଲେ ସବୁ ଭୁଲିଯାଅ।

ପାଞ୍ଚ ବର୍ଷରେ ପାଞ୍ଚ ପୁରୁଷକୁ 

     ଧନ ତମେ ସଞ୍ଚିଥାଅ।

ବେକାରୀ ଟୋକାଟା ମଲା କି ବଞ୍ଚିଲା 

       ସେ ପାଇଁ ପାଲଟ ଜଡ଼ା।

ମୋ ଖଡ଼ି ସିଲଟରେ କଷିବାଟା କଷ୍ଟ 

      ତମ ଡିଜିଟାଲ ଅଙ୍କ ଗୁଡା।

      ତମ ଡିଜିଟାଲ ଅଙ୍କ ଗୁଡା।୨।


ଚାକିରି କରିଲେ ପେନସନ ନାହିଁ।

ଠିକାରେ ଖଟିବେ ଛଅ ବର୍ଷ ପାଇଁ।

ପାଞ୍ଚ ବର୍ଷରେ ପେନସନ ବ୍ୟବସ୍ଥା 

      ତମ ପାଇଁ କରି ଦେଇ।

ବୋକା ବନଉଛ ସରଳ ଲୋକଙ୍କୁ 

      ଦେଖାଉଛ ହାତୀ ଘୋଡ଼ା।

ମୋ ଖଡ଼ି ସିଲଟରେ କଷିବାଟା କଷ୍ଟ 

      ତମ ଡିଜିଟାଲ ଅଙ୍କ ଗୁଡା।

      ତମ ଡିଜିଟାଲ ଅଙ୍କ ଗୁଡା୩।


ମଦ ବୋତଲକୁ କରି ଦିଅ ଖୋଲା।

ରାଜକୋଷ ପାଇଁ ହେଉଛ ପାଗଳା 

ଭୁଲିଗଲ ବୋଧେ ସେଇ ମଦ ପାଇଁ 

      ଯଦୁ ବଂଶ ଧ୍ୱଂସ ହେଲା।

ଜଳେ ଦେଖ ଘର ମଦର ନିଆଁରେ 

       ସଂସାର ହୁଏ ଉଜୁଡା।

ମୋ ଖଡ଼ି ସିଲଟରେ କଷିବାଟା କଷ୍ଟ 

      ତମ ଡିଜିଟାଲ ଅଙ୍କ ଗୁଡା।

      ତମ ଡିଜିଟାଲ ଅଙ୍କ ଗୁଡା୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍