STORYMIRROR

RAKHAL CHANDRA SWAIN

Others

3  

RAKHAL CHANDRA SWAIN

Others

ସ୍ଵାଭିମାନୀ ମଧୁ ବାବୁ

ସ୍ଵାଭିମାନୀ ମଧୁ ବାବୁ

1 min
243

ଦେବାଳିଆ ହେଇ ଚାଲିଗଲ ହେଲେ  

      ଦେଇନାହଁ ସ୍ୱାଭିମାନକୁ ବିକି।

ମଧୁବାବୁ ତୁମ ଦୃଢ଼ ଇଚ୍ଛାଶକ୍ତି  

     ଅଭାବ କଷଣ ପାରିନି ରୋକି।୧।


ଓଡ଼ିଆ ଜାତିର ଅସ୍ମିତା ପାଇଁକି 

     ଲଢ଼ି ଲଢ଼ି କେତେ ଦେଇଛ ତଣ୍ଡ।

ଉତ୍କଳ ଟ୍ୟାନେରୀ ବୁଡିଗଲା ହେଲେ 

     ଗୁଣବତ୍ତା ପାଶେ ନଇଁନ ମୁଣ୍ଡ।୨।


ଓକିଲାତି କଲ ପାଉଣା ନେଲନି 

      ଓଡ଼ିଆ ଜାତିର ଦେବତା ପାଇଁ।

ଏବେ ଆସି ଦେଖ କେମିତି ଅସ୍ମିତା  

      ଅର୍ଥ ପାଶେ ଦିଏ ମୁଣ୍ଡ ନୁଆଇଁ।୩।


ମନ୍ତ୍ରୀ ହେଲ ହେଲେ ନେଲନି ଦରମା 

     ଲାଜ ଲାଗେ ଏବେ ମନ୍ତ୍ରୀଙ୍କୁ ଦେଖି।

ଜାତି ନନ୍ଦିଘୋଷ ବାଟ ହୁଡି ଯାଏ 

     ନିଜ ସ୍ଵାର୍ଥ ତହିଁ ସାଜେ ସାରଥି।୪।


ଶୂନ୍ୟ ହସ୍ତେ ତୁମେ ଆସିଥିଲ ପୁଣି 

       ଗଲ ସିନା କରି ହାତକୁ ଶୂନ।

ଓଡ଼ିଆ ସ୍ମୃତିରେ ଅମର ରହିବ 

       ଉତ୍କଳ ଗୌରବ ମଧୁସୂଦନ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍