STORYMIRROR

RAKHAL CHANDRA SWAIN

Others

4  

RAKHAL CHANDRA SWAIN

Others

ଜଗନ୍ନାଥ ତୁମେ ପରଂବ୍ରହ୍ମ।

ଜଗନ୍ନାଥ ତୁମେ ପରଂବ୍ରହ୍ମ।

1 min
607

ଜଗନ୍ନାଥ ତୁମେ ପରଂବ୍ରହ୍ମ

ଅସୀମ, ଶାଶ୍ଵତ,ସନାତନ

ଆଦି ଅନ୍ତ ନାହିଁ, ତୁମେ ଶୂନ୍ୟ ଦେହୀ

ତୁମେ ବି ସାକାରେ ବିଦ୍ୟମାନ

ହେ ନାରାୟଣ,ହେ ନାରାୟଣ ।


ତୁମର ବିକଳ୍ପ ତୁମେ ନିଜେ ପ୍ରଭୁ,

ତୁମକୁ ଗଢିଛ ତୁମେ

ଜଗତ ପାଳୁଛ,ପାପୀ ଉଦ୍ଧାରୁଛ,

ବସି ନିଳାଚଳ ଧାମେ

ବିଶ୍ଵକର୍ତ୍ତା ତୁମେ, ବିଶ୍ଵକର୍ମା ରୂପେ,

ଗଢିଲ ନିଜର ଦାରୁ ବ୍ରହ୍ମ।


ହେ ନାରାୟଣ,ହେ ନାରାୟଣ

ତୁମେ ରାମ ତୁମେ ଶ୍ୟାମ ମହାବାହୁ,

ତୁମେ ଅଗତିର ଗତି

ତୁମେ ଚିର ସତ୍ୟ, ଅଚ୍ୟୁତ ଅନନ୍ତ,

ତୁମେ ଦିନ ତୁମେ ରାତି

ତୁମେ ଅବତାର, ତୁମେ ଅବତାରୀ,

ତୁମେ ତ ଅବୁଝା ତତ୍ତ୍ଵ ଜ୍ଞାନ।


ହେ ନାରାୟଣ, ହେ ନାରାୟଣ

କାଲି ଥିଲ, ତୁମେ ଆଜି ବି ରହିଛ,

ରହିଥିବ ଚିର ଦିନ।

ଚାଖଣ୍ଡେ ଆୟୁଷ,ହୋଇଗଲେ ଶେଷ,

ତୋ ଦେହେ ହେବି ବିଲୀନ।

ଜୀବ ଥିବା ଯାଏ,ବାହୁ ଛାୟା ତଳେ,

ଗାଉଥବି ସଦା ତୁମ ଭଜନ

ହେ ନାରାୟଣ, ହେ ନାରାୟଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍