STORYMIRROR

RAKHAL CHANDRA SWAIN

Others

4  

RAKHAL CHANDRA SWAIN

Others

ଶ୍ରୀଜଗନ୍ନାଥ ଙ୍କ ଶ୍ରାଦ୍ଧ ବେଶ

ଶ୍ରୀଜଗନ୍ନାଥ ଙ୍କ ଶ୍ରାଦ୍ଧ ବେଶ

1 min
339


ବାଃ ବାଃ ବାଃ କାଳିଆ।

ବାଃ ବାଃ ବାଃ କାଳିଆ।

ଦେବତା ହେଇ ବି, ପିତୃପୁରୁଷଙ୍କୁ, 

ଶ୍ରାଦ୍ଧ ତୁ ଦେଉଛୁ, ଆମ ଭଳିଆ।

ବାଃ ବାଃ ବାଃ କାଳିଆ।

ବାଃ ବାଃ ବାଃ କାଳିଆ।(ଘୋଷା।)


ଅଦିତି ଗର୍ଭରୁ, କଶ୍ୟପ ଔରସୁ,

        ବାମନ ରୂପେ ତୁ ଜାତ।

ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ଶ୍ରାଦ୍ଧ,

        ତାଙ୍କୁ କରୁ ସମର୍ପିତ।

ଦଶରଥ ଆଉ କୌଶଲ୍ୟାଙ୍କୁ ବାଢୁ,

 ଅମାବାସ୍ୟା ଦିନ ଶ୍ରାଦ୍ଧ ଥାଳିଆ।୧।

ବାଃ ବାଃ ବାଃ କାଳିଆ।

         ବାଃ ବାଃ ବାଃ କାଳିଆ।


ପ୍ରତିପଦା ଦିନ,ନନ୍ଦ ଯଶୋଦାଙ୍କୁ,

         ବାଢୁ ତୁ ଶ୍ରାଦ୍ଧ ସୁମନ।

ଗୁଣ୍ଡିଚା, ଦେବକୀ, ବସୁଦେବ ସଙ୍ଗେ,

        ଶ୍ରାଦ୍ଧ ଦେଉ ଇନ୍ଦ୍ରଦ୍ୟୁମ୍ନ ।

ଶ୍ରାଦ୍ଧ ବେଶେ ପାଳୁ,ଦେବ ଦୀପାବଳୀ,

      ଭଦ୍ରା ସଙ୍ଗେ ଥାନ୍ତି ଭାଇ ବଳିଆ।୨।

ବାଃ ବାଃ ବାଃ କାଳିଆ।

       &n

bsp;ବାଃ ବାଃ ବାଃ କାଳିଆ।


ତଡଶୀ,କୁଣ୍ଡଳ,ଆଡକାନି ସଙ୍ଗେ,

ନଳିଭୁଜ, ଚନ୍ଦ୍ର ସୂର୍ଯ୍ୟ।

ଅଳଙ୍କାର ଦେଇ, ପୁଷ୍ପାଳକ ତୋର,

ଦେହରେ ଭରେ ସୌନ୍ଦର୍ଯ୍ୟ।

ଶିରରେ ଭିଡ଼ୁ ତୁ,ଶ୍ରୀକାପଡ ବସ୍ତ୍ର,

     ଦେହରେ ପିନ୍ଧୁ ତୁ କାଶୀ ଧଡିଆ।୩।

ବାଃ ବାଃ ବାଃ କାଳିଆ।

          ବାଃ ବାଃ ବାଃ କାଳିଆ।


ନାଗପୁରୀ ଶାଢ଼ୀ,ଲମ୍ବା ଷୋଳ ହାତ,

ଓସାର ଅଠର ହାତ।

ଧଡ଼ିର ଓସାର,ଏକ ଫୁଟ, ପୁଣି,

ପିନ୍ଧିଥାଅ ଜଗନ୍ନାଥ।

ଧବଳ ରଙ୍ଗର ଶାଢ଼ୀ ସଙ୍ଗେ ଧଡି,

      ରଙ୍ଗ ଦିଶୁଥାଇ ପୁରା ନାଲିଆ।୪।

ବାଃ ବାଃ ବାଃ କାଳିଆ।

           ବାଃ ବାଃ ବାଃ କାଳିଆ।


ଚଉଦ ହାତର,ଧଳା ଶାଢ଼ୀ ପିନ୍ଧି,

ବସନ୍ତି ଭାଇ ବଳିଆ।

ବାରହାତ ଶାଢ଼ୀ ଦେହରେ ବେଢେଇ,

 ବସନ୍ତି ସୁଭଦ୍ରା ମାଆ।

ବଳଭଦ୍ର ଶାଢ଼ୀ ଧଡି କଳା ବେଳେ,

      ସୁଭଦ୍ରା ଶାଢ଼ୀ ଧଡି ହଳଦିଆ।୫।

ବାଃ ବାଃ ବାଃ କାଳିଆ।

ବାଃ ବାଃ ବାଃ କାଳିଆ।


 


Rate this content
Log in