ଅଦିନିଆ ବର୍ଷା
ଅଦିନିଆ ବର୍ଷା


ଅଦିନିଆ ବର୍ଷା ଯେବେ ଆସେ
ଚାଷୀ ଭାଇର ଦମ୍ଭ ଖସେ ।
କେତେ ଆଶା ନେଇ ସେ ଫସଲ କରେ
ନିଜେ ନ ଖାଇ ନ ପିଇ କେତେ କଷ୍ଟ କରେ ।
ଅଦିନିଆ ବର୍ଷା ସବୁ ଖୁସି ଛଡାଇ ନିଏ
ସବୁ ପରିଶ୍ରମ କୁ ବରବାଦ୍ କରିଦିଏ।
ଅଦିନିଆ ବର୍ଷା କୁ ଚାଷୀ ଜାଣି ନ ଥାଏ
ସେହି ବର୍ଷା ସବୁ ଫସଲ କୁ ନଷ୍ଟ କରିଦିଏ ।
ଏବେ ବି ଆସେ ଅଦିନିଆ ବର୍ଷା
ଚାଷୀ ଭାଇ ହୁଏ ଦୁନିଆ ରେ ଲୋକ ହସା ।
ଚାଷୀ ଦିଏ ସଭିଙ୍କ ମୁହଁ ରେ ଆହାର
ଅଦିନିଆ ବର୍ଷା ଆସି ସବୁ କରେ ଛାରଖାର ।
ଅଦିନିଆ ବର୍ଷା ଚାଷୀ ଆଖି ରେ ଲୁହ ଆଣି ଦିଏ
ପାଚିଲା ଧାନ ବି ଜମିରେ ନଷ୍ଟ ହୋଇ ଯାଏ ।