STORYMIRROR

Abhinaba Pattniak

Inspirational

3  

Abhinaba Pattniak

Inspirational

ହେ ଶିବ

ହେ ଶିବ

1 min
966

ହେ ଶିବ ତୁମେ ମଙ୍ଗଳମୟ କରୁଣାର ପାରାବାର 

ନିର୍ମଳ ମନରେ ପୂଜୁଛି ତୁମକୁ ଏ ଚ୍ଛାର ନର ତୁମର ।


ତୁମେ ହିଁ ଶକ୍ତି ଶାକ୍ତ ଅଭେଦ୍ୟ ସଂସାରର ମଧ୍ୟର

ତତ୍ତ୍ଵ ଜ୍ଞାନ ତୁମେ ଜୀବନ ପ୍ରବାହ ଏ ସାରା ବିଶ୍ଵର ।


ମନନ ଯାଜନ ଯଜ୍ଞ ସ୍ଥିତି ସୃଷ୍ଟି ବିଲୟ ସାରା ବିଶ୍ଵର

ରାମ ନାମ ସଦା ଜପୁଥାଅ ବାବା ମହାନୀଳକଣ୍ଠେଶ୍ୱର।


ହେ ଧୂର୍ଜଟି ଗୋଧାନେଶ୍ୱର ଲିଙ୍ଗରାଜ ବାବା ରାମେଶ୍ବର

ତବ ମହିମାରେ ପୂର୍ଣ୍ଣ କର ପ୍ରଭୁ ମନୋସ୍କାମନା ମୋର ।


ପ୍ରତିଟି ଅଣୁରେ ବିରାଜିତ ହେ ସତ୍ୟ ଶିବ ସୁନ୍ଦର

ହେ ସୋମନାଥ କପିଳେଶ୍ୱର ରୁଦ୍ରାବତାର ହର ।


କରୁଣା କର ହେ ଅନାଦି ଈଶ୍ୱର ମୋ ଉପର

ହେ ବାବା ଭୋଳା ଶଙ୍କର ପାର୍ବତୀ ବର ଗୁପ୍ତେଶ୍ୱର ।


ହୃଦୟେ ମନେ ଶାନ୍ତି ଦିଅ ହେ ବାବା ଭୁବନେଶ୍ୱର

ତ୍ରେତୟା ଯୁଗେ ଶ୍ରୀରାମ ଜପିଲେ ବାବା ନାମ ତୁମର ।


ବର ପାଇ ସେତୁ ତିଆରି କରିଲେ ଶ୍ରୀରାମସେତୁର

ହେ ଶିବ ତୁମେ ମଙ୍ଗଳମୟ ଅଟ ଯେ ସାରା ଜଗତର

ମୋ'ପରେ କୃପା କରି ଆଶିଷ ଦିଅ ସୁଖ ଆସୁ ସତ୍ତ୍ୱର।             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational