STORYMIRROR

Abhinaba Pattniak

Others

4  

Abhinaba Pattniak

Others

ହେ ଶିବ

ହେ ଶିବ

1 min
354



ହେ ଶିବ ମଙ୍ଗଳମୟ କରୁଣାର ପାରାବାର 

ନିର୍ମଳ ମନେ ପୂଜୁଛି ତୁମକୁ ଏ ଛାର ନର ।  


ତୁମେ ଶକ୍ତି ଶାକ୍ତ ଅଭେଦ୍ୟ ସଂସାର ମଧ୍ୟର

ତତ୍ତ୍ଵ ଜ୍ଞାନ ଜୀବନ ପ୍ରବାହ ସାରା ବିଶ୍ଵର ।


ମନନ ଯାଜନ ଯଜ୍ଞ ସ୍ଥିତି ସୃଷ୍ଟି କାଳ କଥାର

ରାମନାମ ସଦା ଜପ ବାବା ନୀଳକଣ୍ଠେଶ୍ୱର


ହେ ଧୂର୍ଜଟି ଗୋଧନେଶ୍ୱର ବାବା ରାମେଶ୍ବର 

ଦୟାବହି ପୂର୍ଣ୍ଣକର ମନୋସ୍କାମନା ମୋର ।


ପ୍ରତିଅଣୁରେ ବିରାଜି ହେ ସତ୍ୟ ଶିବ ସୁନ୍ଦର

ହେ ଶଂଭୁ ,କପିଳେଶ୍ୱର !ରୁଦ୍ରାବତାର ,ହର 


କରୁଣା କର ହେ ଅନାଦି ଈଶ୍ୱର! ମୋ'ପର 

ହେ ବାବା ଭୋଳା ଶଙ୍କର ଶିବ ଗୁପ୍ତେଶ୍ୱର,

ହୃଦୟରେ ଶାନ୍ତି ଦିଅ ହେ ଭୁବନେଶ୍ୱର ।


ତ୍ରେତାଯୁଗେ ଶ୍ରୀରାମ ଜପିଲେ ନାମ ତୁମର

ବରପାଇ ସେତୁ ତିଆରିଲେ ସମୁଦ୍ର ଉପର ।


ହେ ଶିବ ତୁମେ ମଙ୍ଗଳମୟ ଅଟ ଜଗତର 

ମୋ'ପରେ ଆଶିଷ ଦିଅ ସୁଖ ଆସୁ ସତ୍ତ୍ୱର ।


         


Rate this content
Log in