କବି
କବି


ମୁଁ ଯେ ପ୍ରତିଟି ହୃଦତନ୍ତ୍ରୀକି ଛୁଇଁ ପାରେ
ମନବୀଣାକୁ ବଜେଇପାରେ ଶବ୍ଦ ସମ୍ଭାରେ।
ପ୍ରତି ଆଖିର ପଲକ ଇଶାରାକୁ ବୁଝି
ମୁହୂର୍ତ୍ତେ ଭିତରେ ତାଜମହଲ ଆଣିପାରେ ।
ସଭିଙ୍କ ଭିତରେ ଦେଶପ୍ରେମ ସୃଷ୍ଟିକରେ
ମୁଁ ଯେ ଏକ ଉଡନ୍ତା ଅଦୃଶ୍ୟ ଶକ୍ତି
ସାରlଜଗତ ଯେ ନିମିଷେ ଭ୍ରମିପାରେ ।
ମୁଁ ଯେ ଚାରିଯୁଗ ଦର୍ଶନ କରିପାରେ
ମୁଁ ଯେ ଏକ ସୀମାହିନ ପରିଧି ତ୍ଵ
ମୋତେ କେହି ମାପି ନ ପାରେ ।