STORYMIRROR

Abhinaba Pattniak

Others

4  

Abhinaba Pattniak

Others

ହେ ମହାବାହୁ

ହେ ମହାବାହୁ

1 min
232


ହେ ମହାବାହୁ ଏତିକି କରୁଣା ହେଉ

ତୁଣ୍ଡରେ ଧରି ତବ ନାମ ଜୀବ ଯାଉ। 

ଆନର ହିତରେ ଜୀବନଟି ସରିଯାଉ

ତୁମ ଭାବରେ ମୋ ଭାବ ଯୋଡ଼ିହେଉ ।

            ହେ ମହାବାହୁ ଏତିକି କରୁଣା ହେଉ ।

ମନରେ ମୋହର ଭକ୍ତିଭାବ ଭରି ଯାଉ

ଗୋପୀନାଥ ହେ ଏତିକି କରୁଣା ହେଉ

ନିତି ଏ ଅଧମ ତବ ଛଡ଼ା ତୁଳସୀ ପାଉ 

ନିର୍ମାଲ୍ୟ ମୋ ତୁଣ୍ଡ ସବୁଦିନ ପାଉଥାଉ ।

            ହେ ମହାବାହୁ ଏତିକି କରୁଣା ହେଉ ।

ତବ ଦରଶନେ ଏ ଜୀବ ଧନ୍ୟ ହେଉ

କରୁଣା ରାଶିରେ ସଂସାର ପୁରି ଯାଉ

ମନର କଳ୍ମଷ ଆବିଳତା ଦୂର ହେଉ

ସତ୍ କର୍ମ ବଚନ ଜୀବନର ସାଥୀ ହେଉ।

            ହେ ମହାବାହୁ ଏତିକି କରୁଣା ହେଉ ।

ପଦ୍ମ ପାଦରେ ନିତି ମୋର ଧ୍ୟାନ ଥାଉ

ମଲାପରେ ମୋ ଶବ ସ୍ଵର୍ଗଦ୍ଵାର ଯାଉ

ତବ ନାମ ଧରି ମୋ ଜୀବ ମୁକତି ପାଉ

ରାମ ନାମ ଧରି ପାପ ତାପ ଧୋଇ ହେଉ।

            ହେ ମହାବାହୁ ଏତିକି କରୁଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍